Home ଅନୁଗୁଳ ଶ୍ରମିକ ଓ ପ୍ରଭାବିତ ଲୋକଙ୍କୁ ଖଣି କର୍ତୃପକ୍ଷଙ୍କ ଅଣଦେଖା ନେଇ କୋଇଲାଖଣି ଅଧ୍ୟକ୍ଷଙ୍କୁ ଦାବୀପତ୍ର

ଶ୍ରମିକ ଓ ପ୍ରଭାବିତ ଲୋକଙ୍କୁ ଖଣି କର୍ତୃପକ୍ଷଙ୍କ ଅଣଦେଖା ନେଇ କୋଇଲାଖଣି ଅଧ୍ୟକ୍ଷଙ୍କୁ ଦାବୀପତ୍ର

66

ତାଳଚେର,୧୦/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ଭୟାବହତା ମଧ୍ୟରେ ଏବେ ସ୍ଥାନୀୟ ବାସିନ୍ଦା ଓ ଖଣି ଭିତରେ କାର୍ଯ୍ୟରତ ଠିକା ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ଖଣି କର୍ତୃପକ୍ଷଙ୍କ ନୈରାଶ୍ୟଜନକ ହାବଭାବ ଦେଖାଉଥିବାର ଅଭିଯୋଗ କରି ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ କୋଲ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଅଶୋକ କୁମାର ଧଳଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର କରୋନା ସମୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବିଭିନ୍ନ ଉପାଧି ସହ ସହାୟତା ରାଶି ଘୋଷଣା କରୁଥିଲାବେଳେ ଏମ୍‌.ସି.ଏଲ୍‌. କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ ହସ୍ପିଟାଲ୍ କୋଠା ଅନୁଦାନରେ ଦେଇ ସାବାସୀ ନେଉଛି । ଆଉ ନିଜ କର୍ମଚାରୀ, ଖଣି ଭିତରେ କାମ କରୁଥିବା ଠିକା ଶ୍ରମିକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବାର କଥା ଧ୍ୟାନ ନଦେଇ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ବଳି ପକାଉଛନ୍ତି ବୋଲି ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସହିତ ୩ ଦଫା ଦାବୀ ଗୁଡିକ ପୂରଣ ନିମନ୍ତେ ଅନୁରୋଧ କରିଛନ୍ତି । ସେଗୁଡିକ ହେଲା:- ତାଳଚେର ଉପଖଣ୍ଡର ଗ୍ରାମାଚଂଳ ଓ ପୌରାଚଂଳରେ ଥିବା ପ୍ରତ୍ୟେକ ୱାର୍ଡକୁ ସାପ୍ତାହିକ ଔଷଧ ସିଂଚନ ବ୍ୟବସ୍ଥା କରାଯିବା,ସବୁ ବର୍ଗର ଅଭାବୀ ଗରିବ ପରିବାରକୁ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ଜରିଆରେ ଆବଶ୍ୟକୀୟ ସାମଗ୍ରୀ ବଂଟନ କରାଯିବା ଓ ତାଳଚେର କୋଇଲା ଖଣି ଅଂଚଳରେ ନିୟୋଜିତ ପ୍ରତ୍ୟେକ କଂପାନୀ ନିଜ ନିଜ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ୍‌-୧୯ ପ୍ୟାକେଜ୍ ବ୍ୟବସ୍ଥା କରାଯାଉ । ଏହି ଦାବୀପତ୍ର ପ୍ରଦାନ ବେଳେ ଅନୁଷ୍ଠାନର ସଭାପତି ଭୂପେନ୍ ଥମ୍ବ, ସଂପାଦକ ଦୃମଦ କୁମାର ପ୍ରଧାନ, ଉପଦେଷ୍ଟା କଳାକାର ବେହେରା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.