Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ନୂଆ ସିଡିପିଓଙ୍କ ଯୋଗଦାନ

ନୟାଗଡ଼ରେ ନୂଆ ସିଡିପିଓଙ୍କ ଯୋଗଦାନ

226

ନୟାଗଡ଼, ୧୦-୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ସମନ୍ନିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ନୂତନ ସିଡିପିଓ ଭାବେ ଲକ୍ଷ୍ମୀ ଦାଶ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟାଳୟରେ ସିଡିପିଓ ଆରତୀ ତ୍ରିପାଠୀଙ୍କ ବଦଳୀ ପରେ ବହୁଦିନ ହେଲା ସିଡିପିଓ ପଦବୀ ଖାଲି ପଡ଼ିଥିଲା। ନୂଆ ସିଡିପିଓଙ୍କ ଯୋଗଦାନ ପରେ ଶିଶୁ ଓ ମିହିଳାମାନଙ୍କ ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱ ଦେବା ସହ ତାଙ୍କର ବଳିଷ୍ଠ କାର୍ଯ୍ୟ ଦକ୍ଷତା ଯୋଗୁଁ ବହୁ ଉନ୍ନତି ସାଧିତ ହୋଇପାରିବ ବୋଲି ଆଶା ପ୍ରକଟ କରାଯାଇଛି। ତାଙ୍କର ନୂତନ ଯୋଗଦାନକୁ ସ୍ୱାଗତ କରାଯିବା ସହ ନୟାଗଡ଼ ଅଙ୍ଗନାବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସାମ୍ମୁଖ୍ୟର ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରମିକ ସଂଘର ସଭାପତି ଶ୍ରୀକାନ୍ତ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.