Home ଓଡ଼ିଶା ମୁଖ୍ୟ ଅଭିଯୁକ୍ତି ଫେରାର…….. ବାପ ପୁଅ ୨ ଡକାୟତ କୋର୍ଟ ଚାଲାଣ

ମୁଖ୍ୟ ଅଭିଯୁକ୍ତି ଫେରାର…….. ବାପ ପୁଅ ୨ ଡକାୟତ କୋର୍ଟ ଚାଲାଣ

222

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୩-ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ ପ୍ରୀତି ପ୍ରକାଶ ମହାନ୍ତିଙ୍କ ଦ୍ୱାରା ବାପ ପୁଅ ଦୁଇ ଡକାୟତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତି ପପୁ ରାଉଳ ଫେରାର ଥିବା ଜଣା ପଡିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ୨ ଜଣ ହେଲେ ପୁଅ-ଚନ୍ଦନ ରଥି ଓ ବାପା-ନବକିଶୋର ରଥି । ପୁର୍ବରୁ ଏହି ଡକାୟତି ମାମଲାରେ ନବକିଶୋରଙ୍କ ଅନ୍ୟ ଦୁଇ ପୁଅ ମଧ୍ୟ ଜେଲ୍ ରେ ଅଛନ୍ତି । ଘଟଣାରୁ  ପ୍ରକାଶ ଗତ ଜାନୁୟାରୀ ୨୯ ତାରିଖରେ ରଣପୁର ପାଇକ ସାହି ଉପର ସାହିର ସତ୍ୟନାରାୟଣ ସାହୁଙ୍କ ଘରୁ ଡକାୟତି ହୋଇଥିଲା ।

୩ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଲୁଟି ନେଇଥିଲେ । ଘରେ ଶୋଇଥିଲା ଅବସ୍ଥାରେ କେମିକାଲ୍ ସ୍ପ୍ରେ କରି ଏହି ଦଳ ଡକାୟତି କରିଥାନ୍ତି ଏବଁ ଯାହା ଘରୁ ଚୋରି କରିଥାନ୍ତି ତା ହାଣ୍ଡିସାଳ ଭାତ ହାଣ୍ଡିରୁ ଭାତ ଖାଇଥାନ୍ତି । ଏହି ଡକାୟତି ଦଳ ପୁର୍ବରୁ ନରସିଂହପୁର ଓ ରଣପୁର ଅମଲା ପଡା ଜଣେ ଆଇନ୍‌ଜିବୀଙ୍କ ଘରୁ ଅଭିନବ ଉପାୟରେ ଡକାୟତି କରିଥିଲେ । ମୁଖ୍ୟ ଅଭିଯୁକ୍ତି ପପୁ ରାଉଳ ଫେରାର ଥିବାରୁ ଗରିଫ ଅଭିଯୁକ୍ତ ମାନେ ଡକାୟତି ଘଟଣାକୁ ସ୍ୱୀକାର କରୁଥିଲେ ମଧ୍ୟ କୌଣସି ଚୋରି ସାମଗ୍ରୀ ଜବତ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.