Home ଓଡ଼ିଶା ଶ୍ମଶାନକୁ ଶବ ନେବାକୁ ମିଳିଲାନୀ କାନ୍ଧ : ଟ୍ରଲିରେ ସ୍ତ୍ରୀକୁ ନେଲେ ସ୍ୱାମୀ

ଶ୍ମଶାନକୁ ଶବ ନେବାକୁ ମିଳିଲାନୀ କାନ୍ଧ : ଟ୍ରଲିରେ ସ୍ତ୍ରୀକୁ ନେଲେ ସ୍ୱାମୀ

231

ଉଦଳା ୧୬-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ହଜିଗଲାଣି ମାନବିକତା। ଶବକୁ ମଶାଣି ନେବା ପାଇଁ ଚାରି କାନ୍ଧ ନ ମିଳିବାରୁ ବାଧ୍ୟ ହୋଇ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିନେଲା ସ୍ୱାମୀ। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଅଧୀନରେ। ଘଟଣା ଅନୁସାରେ ପୁଅକୁ ଜନ୍ମ ଦେବା ପରେ ବାରିପଦା ଡାକ୍ତରଖାନାରେ ଗତକାଲି ହୋଇଥିଲା ସ୍ତ୍ରୀ ରାଇମାତ ସୋରେନର ମୃତ୍ୟୁ। ବାରିପଦାରୁ ସ୍ଵର୍ଗରଥରେ ଆସି ଉଦଳା ଥାନା ଉର୍ମଳ ଗ୍ରାମରେ ଜଣେ ସମ୍ପର୍କୀୟ ଘରେ ଶବକୁ ପହଞ୍ଚାଇଲା। କିନ୍ତୁ ସମ୍ପର୍କୀୟ ଲୋକେ ମୃତ ଦେହକୁ ଦାହ କରିବାକୁ ମନାକଲେ ଓ ତାଙ୍କ ଗ୍ରାମ କପ୍ତିପଦା ଥାନା ଅଧିନ ପଡ଼ାଢ଼ିଆ ଅଂଚଳରେ ହୋଇଥିବାରୁ ତାଙ୍କୁ ସେଠାକୁ ନେବା ପାଇଁ କହିଥିଲେ। ଶେଷରେ ବାଧ୍ୟ ହୋଇ ସ୍ୱାମୀ ଜଣକ ଗ୍ରାମରୁ ଏକ ଟ୍ରଲି ମାଗି ପାଖାପାଖି ଅଢେଇ କିଲୋମିଟର ଯିବା ପରେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ଉଦଳା ଥାନାକୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି କିପରି ଶବଟିକୁ କୌଣସି ଗାଡ଼ିରେ ତାଙ୍କ ଗ୍ରାମକୁ ପଠାଯାଇ ପାରିବ ତା’ର ବ୍ୟବସ୍ଥା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.