Home ଓଡ଼ିଶା ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ହେବେ ସେନା ପ୍ରମୁଖ : ଜେନେରାଲ ବିପିନ ରାୱତଙ୍କର...

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ହେବେ ସେନା ପ୍ରମୁଖ : ଜେନେରାଲ ବିପିନ ରାୱତଙ୍କର ସ୍ଥାନ ନେବେ

273

ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ଭାରତୀୟ ସେନାର ନୂଆ ମୁଖ୍ୟ ହେବେ। ସେପ୍ଟେମ୍ବର ମାସରେ ସେ ଭାଇସ୍ ଚିଫ ଅଫ ଆର୍ମୀ ଷ୍ଟାଫର ଦାୟିତ୍ୱ ସମ୍ଭାଳିଥିଲେ। ଅପରେଶନ ଏବଂ କମାଣ୍ଡର ଲମ୍ବା ଅନୁଭବ ରଖିଥିବା ଲେଫ୍ଟନାଣ୍ଟ ଜେନେରାଲ ନରବାଣେ ବର୍ତ୍ତମାନର ଆର୍ମୀ ଚିଫ ଜେନେରାଲ ବିପିନ ରାବତଙ୍କ ପରେ ସବୁଠାରୁ ସିନିୟର ଅଧିକାରୀ ଅଟନ୍ତି।

ବର୍ତ୍ତମାନରର ଆର୍ମୀ ଚିଫ ଜେନେରାଲ ବିପିନ ରାୱତଙ୍କର କାର୍ଯ୍ୟକାଳ ୩୧ ଡିସେମ୍ବରରେ ସରିବାକୁ ଯାଉଛି। ଏହିପରି ଭାବରେ ନୂଆ ବର୍ଷରେ ଭାରତୀୟ ସେନାକୁ ନୂଆ ମୁଖିଆ ମିଳିବ। ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୮ ରେ ଲେଫ୍ଟନାଣ୍ଟ ଜେନେରାଲ ମୁକୁନ୍ଦ ନରବାଣେଙ୍କୁ ଅପରେଶନର ମହତ୍ଵପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ୱ ଦିଆଯାଇଥିଲା। ସେବେଠାରୁ ତାଙ୍କୁ ଆସନ୍ତା ଆର୍ମୀ ଚିଫ ରେସରେ ଅଛନ୍ତି ବୋଲି ଗଣାଯାଉଥିଲା।

ଚିଫ ଅଫ ଡିଫେନ୍ସ ଷ୍ଟାଫ ହେବେ ଜେନେରାଲ ବିପିନ ରାୱତ !
୩୧ ଡିସେମ୍ବର, ୨୦୧୬ ରେ ସେନା ପ୍ରମୁଖ ବନିଥିବା ଜେନେରାଲ ବିପିନ ରାୱତଙ୍କର ଅବସର ପରେ ଚିଫ ଅଫ ଡିଫେନ୍ସ ବନିବା ଉପରେ ମଧ୍ୟ ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟଯେ, ସରକାର ତିନି ସେନାର ଏକତ୍ର କମାଣ୍ଡ ଭାବରେ ଚିଫ ଅଫ ଡିଫେନ୍ସ ଷ୍ଟାଫର ନିଯୁକ୍ତି ଉପରେ ବିଚାର କରୁଛନ୍ତି। ଏହି ପଦର ଘୋଷଣା ଆସନ୍ତା କିଛି ଦିନରେ ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.