Home ଓଡ଼ିଶା ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା

ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା

177

ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାର ଗୋଷ୍ଠୀଙ୍କ ସହିତ ପ୍ରାକ-ବଜେଟ ଆଲୋଚନା କରିଛନ୍ତି। ତାଙ୍କର ପ୍ରଥମ ବୈଠକରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ ଜଗତର ଅଂଶୀଦାରମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ମୁଖ୍ୟତଃ ଡାଟା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବିଗ ଡାଟା ପ୍ରଯୁକ୍ତି, ବୃହତ ଡାଟା ତଥ୍ୟର ବିଶ୍ଳେଷଣ, ଏସଏମଇ କ୍ଷେତ୍ର ପାଇଁ ବିଗ ଡାଟା ପ୍ରଯୁକ୍ତିର ପ୍ରୟୋଗ ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ଲାଗି ବିଗ ଡାଟା ପ୍ରଯୁକ୍ତିର ପ୍ରୟୋଗ ଆଦି ବିଷୟବସ୍ତୁ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଡିଜିଟାଲ ଭିତିଭୂମି ଓ ସରକାରଙ୍କ ଭୂମିକା, ଗୋପନୀୟତା ଉପରେ ଗୁରୁତ୍ୱରୋପ କରୁଥିବା ଡିଜିଟାଲ ଅର୍ଥବ୍ୟବସ୍ଥାର ନିୟନ୍ତ୍ରଣ, ଆର୍ଥôକ ନିୟାମକ, ଷ୍ଟାର୍ଟଅପଗୁଡ଼ିକ ପାଇଁ ବ୍ୟବସାୟିକ ସୁଗମତା ପରିବେଶ, ଡିଜିଟାଲ ଇଣ୍ଡିଆ ପାଇଁ ରହିଥିବା ଭିତିଭୂମି ଶୂନ୍ୟସ୍ଥାନ ପୂରଣ କରିବା, ଟିକସ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା।

ଅର୍ଥମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ରାଜୀବ କୁମାର, ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ, ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ସଚିବ ଅଜୟ ପ୍ରକାଶ ସାୱନୀ, ଟେଲି କମ୍ୟୁନିକେସନ ବିଭାଗ ସଚିବ ଅଂଶୁ ପ୍ରକାଶ, ସିବିଡିଟି ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦୀ, ସିବିଆଇସି ଅଧ୍ୟକ୍ଷ ପି.କେ ଦାସ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ. କେ.ଭି ସୁବ୍ରମଣ୍ୟମ ଓ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଗଡାଟା, ଡାଟା ସେଂଟର ପ୍ରତିଷ୍ଠା କରିବା ଲାଗି ପ୍ରୋତ୍ସାହନ, ଡାଟା କ୍ଷେତ୍ରୀୟକରଣ ପାଇଁ ଆର୍ଥôକ ପ୍ରୋତ୍ସାହନ, ଗ୍ରାମାଂଚଳରେ ଡିଜିଟାଲ ପ୍ରସାର ଲାଗି ସହାୟତା, ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଷ୍ଟାର୍ଟଅପଗୁଡ଼ିକୁ କର୍ପୋରେଟ ଗ୍ୟାରେଂଟି, ମ୍ୟାଟ ଟିକସ ଦରକୁ ଯୁକ୍ତିସଂଗତ କରିବା, ଷ୍ଟାର୍ଟଅପ ୟୁନିଟଗୁଡ଼ିକୁ ଟିକସ ଛାଡ଼, ସୀମାପାର ଆର୍ଥôକ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସଂସ୍ଥା ସୃଷ୍ଟି, ମହିଳାଙ୍କ ନିଯୁକ୍ତି ବୃଦ୍ଧି (ଦକ୍ଷତା ବିକାଶରେ ମିଳୁଥିବା ଲିଙ୍ଗଗତ ଲାଭ), ଭାରତ ଭିତରେ ଗବେଷଣା ଓ ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ଏବଂ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ସହିତ ଦକ୍ଷତା ବିକାଶ କ୍ଷେତ୍ରରେ ଯୁବକମାନଙ୍କୁ ତାଲିମ ଆଦି ପ୍ରସଙ୍ଗରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ କ୍ଷେତ୍ରର ପ୍ରତିନିଧିମାନେ ସେମାନଙ୍କର ମତ ଓ ବିଚାର ବ୍ୟକ୍ତ କରିଥିଲେ। ବିଶେଷଜ୍ଞମାନେ ସେମାନଙ୍କ କ୍ଷେତ୍ରର ଉନ୍ନତି ସଂକ୍ରାନ୍ତରେ ପରାମର୍ଶ ଦେବା ସହିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଥିଲେ। ଦେଶରେ ଷ୍ଟାର୍ଟଅପର ପ୍ରୋତ୍ସାହନ ଲାଗି ଟିକସ ସହାୟତା ଦେବା ଲାଗି ବହୁ ବକ୍ତା ମତ ବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.