Home ଜିଲ୍ଲା ପରିକ୍ରମା ଶୌଚାଳୟରେ ତାଲା, ବଢୁଛି ଅସନ୍ତୋଷ

ଶୌଚାଳୟରେ ତାଲା, ବଢୁଛି ଅସନ୍ତୋଷ

102

ରାଉରକେଲା ୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲୁଥିବା ବେଳେ, ଅସ୍ୱଚ୍ଛ ପରିବେଶରେ ଗତି କରୁଛି ସାରନଗରୀର ସୁପର ମାର୍କେଟ ଅଂଚଳ। ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ସୁପର ମାର୍କେଟ ନିକଟରେ ରହିଛି ଏକ ଶୌଚାଳୟ।ମାତ୍ର ଏହି ଶୌଚାଳୟ କେବେ ସର୍ବସାଧାରଣ ପାଇଁ ଖୋଲିବା ଦେଖିବାକୁ ମିଳେନାହିଁ। ଏହି ଶୌଚାଳୟରେ ସବୁବେଳେ ତାଲା ଝୁଲି ରହିଥିବା ସୁପର ମାର୍କେଟର କିଛି ଦୋକାନୀ ଓ ସୁପର ମାର୍କେଟକୁ ଆସୁଥିବା ଗ୍ରାହକ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଶୌଚାଳୟ ବନ୍ଦ ହେବା କାରଣରୁ ଗ୍ରାହକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଗ୍ରାହକ ମାନଙ୍କୁ ବହୁ ଅସୁବିଧାର ଶୀକାର ହେବାକୁ ପଡୁଛି। ଶୌଚାଳୟ ବନ୍ଦ ଯୋଗୁ ବ୍ୟକ୍ତି ମାନେ ମାର୍କେଟର ଏଣେତେଣେ ଖୋଲାରେ ପରିସ୍ରା କରିବା ଯୋଗୁ ସମଗ୍ର ମାର୍କେଟରେ ଏକ ପ୍ରକାର ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟ କରାଯାଇଛି। ଅପରପକ୍ଷରେ ଏହି ଶୌଚାଳୟ ବନ୍ଦ ହେବାର କାରଣ କର୍ମଚାରୀ ଅଭାବ ବୋଲି କିଛି ବ୍ୟକ୍ତିଙ୍କ ପକ୍ଷରୁ କୁହାଯାଉଛି। ବନ୍ଦ ରହିଥିବା ଏହି ଶୌଚାଳୟକୁ ତୁରନ୍ତ ଖୋଲିବାକୁ ସାଧାରଣରେ ଦାବି ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.