Home ଜିଲ୍ଲା ପରିକ୍ରମା ଶୋଷଣହୀନ ସମାଜ ପାଇଁ ଯୁୁବପିଢ଼ୀ ଆଗେଇ ଆସନ୍ତୁ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୭ମ ସଂଧ୍ୟା

ଶୋଷଣହୀନ ସମାଜ ପାଇଁ ଯୁୁବପିଢ଼ୀ ଆଗେଇ ଆସନ୍ତୁ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୭ମ ସଂଧ୍ୟା

64

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ୭ମ ସଂଧ୍ୟାର ବୌଦ୍ଧିକ ଅଧିେବେଶନ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ପୌରହିତ୍ୟେରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାେବେ ବିଶିଷ୍ଟ ସିପିଆଇ ଏମ ନେତା ଚନ୍ଦ୍ରଶେଖର ନାୟକ ଯୋଗଦେଇ ଏକ ଶୋଷଣହୀନ ସମାଜ ଗଠନ ଦିଗରେ ଯୁବପିଢ଼ୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହାବ୍ୟତୀତ ବର୍ତ୍ତମାନ ସମୟରେ ଯେଉଁ ଘେରୋଇକରଣର ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ବେକାରୀ ସମସ୍ୟା ବୃଦ୍ଧି କରିବ ବୋଲି ସେ ଚେତାଇ ଦେଇଥିଲେ । ତେଣୁ ଶାସନ ଗାଦିକୁ ଆସୁଥିବା ରାଜନୈତକି ଦଳମାନେ ବାସ୍ତବବାଦୀ ହେବା ଉଚିତ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ସାଂସ୍କୃତିକ ଆନ୍ଦୋଳନ ଆମ ଦେଶକୁ ନୂତନ ପରିଚୟର ଅଧିକାରୀ କରାଇ ପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ର. କମଳାକାନ୍ତ ସ୍ୱାଇଁ, ଯୁବ ଦଳିତ ନେତା ରାଜେନ୍ଦ୍ର ଜେନା ଯୋଗଦେଇ ଯୁବପିଢ଼ୀଙ୍କ ପାଇଁ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଜଗବନ୍ଧୁ ବେହେରା ସ୍ୱାଗତ ଭାଷଣ, ଅଧ୍ୟାପକ ନିହାର ରଂଜନ କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ମନୋରମା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ସ୍ଥାନୀୟ ନାଟ୍ୟ ସଂସ୍ଥାମାନଙ୍କ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । କମିଟିର ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ଆବାହକ ଅବିନାଶ ପଣ୍ଡା, କ୍ଷିତିଶ ସାମନ୍ତ ବେହେରା, ଅପୂର୍ବ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.