Home ଜିଲ୍ଲା ପରିକ୍ରମା ଭୂମିର ମହତ୍ୱ ଫଳପ୍ରସୂ କରାଇବା ଉତ୍ତରପିଢିଙ୍କ ଦାୟିତ୍ୱ, ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ଉଦ୍‌ଯାପିତ

ଭୂମିର ମହତ୍ୱ ଫଳପ୍ରସୂ କରାଇବା ଉତ୍ତରପିଢିଙ୍କ ଦାୟିତ୍ୱ, ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ଉଦ୍‌ଯାପିତ

63

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କେବଳ ଓଡ଼ିଶା ମାନଚିତ୍ରରେ ନୁହେଁ, ସମଗ୍ର ଦେଶ ଐତିହ୍ୟର ଗାଥାରେ ଭଦ୍ରକ ଭୂମି ଅତ୍ୟନ୍ତ ଗୌରବୋଜ୍ୱଳ, ତ୍ୟାଗ, ତିତିକ୍ଷା, ସାଧନା, ସଂଗ୍ରାମ ଓ ବଳିଦାନର କାହାଣୀ । ଏ ଭୂମିକୁ ମହିମାବନ୍ତ କରିଛି । ଭୂମିର ମହତ୍ୱ ଫଳପ୍ରସୂ ପାଇଁ ଅତୀତର ସମୃଦ୍ଧ ଭାବନାକୁ ଜାଗରୁକ କରାଇ ବର୍ତ୍ତମାନ ଓ ଭବିଷ୍ୟତକୁ ସମୃଦ୍ଧି ପଥରେ ନେବା ଉତ୍ତରପିଢିଙ୍କ ଦାୟିତ୍ୱ ବୋଲି ଚଳିତ ଜାନୁଆରୀ ୧ ତାରିଖ ଠାରୁ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ତ୍ୟାଗଭୂମି ମହୋତ୍ସବ ଆଜିର ଉଦ୍‌ଯାପନ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଭାବେ ସୁନାମଧନ୍ୟ ସ୍ତମ୍ଭକାର ଅଧ୍ୟାପକ ଦାସ ବେନହୁର, ମୁଖ୍ୟବକ୍ତା ଭାବରେ ସୁସାହିତ୍ୟିକ, ଧାମନଗର କଲେଜ ଅଧ୍ୟକ୍ଷ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମ୍ମକୀ ଦଲାୱଜି ହବିବ । ତ୍ୟାଗଭୂମି ସାଂସ୍କୃତିକ ସମ୍ମିଳନୀର ସଭାପତି ଅଜୟ ନାୟକ ପୌରୋହିତ୍ୟ କରିଥିବାବେଳେ ଅଧ୍ୟାପକ ଅଭୟ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦକ ସୁଧାକର ରାଉତ ମଂଚ ଆହ୍ୱାନ କରିଥିବାବେଳେ ଅଧିବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସଂପାଦକ ବସନ୍ତ ମହାନ୍ତି, ସହ ସଂପାଦକ ଗୌରାଙ୍ଗ ବାରିକ, ପତ୍ରିକା ସଂପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଡକ୍ଟର ଝରଣା ପଟ୍ଟନାୟକ, ଅମରେନ୍ଦ୍ର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ଅମ୍ବିକା ବଲ୍ଲଭ ସ୍ୱାଇଁ, ବ୍ୟୋମକେଶ ସେନାପତି, ରୂପକ ବିହାରୀ ରାୟ, ଡକ୍ଟର ରାଧାରାଣୀ ମହାପାତ୍ର, ଗଗନ ବିହାରୀ ରାଉତ, ବୈଲୋଚନ ବେହୁରିଆ, ଅଶୋକ ଦ୍ୱିବେଦୀ, ଅଧିବକ୍ତା ଦିବ୍ୟସିଂହ ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିବାବେଳେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ ପରିଷଦ ଆସାମ ଓ ଭୁବନେଶ୍ୱର ଉତ୍ସବ ନୃତ୍ୟାନୁଷ୍ଠାନ ପକ୍ଷରୁ ଓଡ଼ିଶାୀ ନୃତ୍ୟ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.