Home ଜିଲ୍ଲା ପରିକ୍ରମା ଧାମନଗରରେ ମିଳିତ ଜନଶୁଣାଣି ଶିବିର

ଧାମନଗରରେ ମିଳିତ ଜନଶୁଣାଣି ଶିବିର

51

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ମାସର ଦ୍ୱିତୀୟ ସୋମବାରରେ ଜିଲ୍ଲାପାଳ ଓ ଏସ୍‌.ପିଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଧାମନଗର ବ୍ଲକ୍‌ରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଏସ୍‌.ପି ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୮୩ଟି ଅଭିଯୋଗର ଶୁଣାଣି କରିଛନ୍ତି । ସେଥିମଧ୍ୟରେ ୭୬ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲାବେଳେ ୭ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଥିଲା । ରେଡ଼୍‌କ୍ରସ ସମ୍ବନ୍ଧୀୟ ୨ଟି ଅଭିଯୋଗର ଶୁଣାଣି କରି ଜଣକୁ ୧୦ ହଜାର ଓ ଅନ୍ୟଜଣଙ୍କୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଧାମନଗର ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ମ୍ୟୁନିସିପାଲଟିର ଅଧ୍ୟକ୍ଷା ନିବେଦିତା ଜେନା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗ ମାନଙ୍କୁ ୧୫ଟି ତିନିଚକିଆ ସାଇକେଲ ଓ ୧ଟି ହ୍ୱିଲ ଚେୟାର ବଣ୍ଟନ କରାଯାଇଥିଲା । ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନରେ ସହଯୋଗ କରିଥିଲାବେଳେ ବି.ଡ଼ି.ଓ ବନ ବିହାରୀ ଦିଣ୍ଡା, ଏ.ବି.ଡ଼ି.ଓ ସର୍ମିଷ୍ଠା ମଲ୍ଲିକ୍ ଏହି ଶିବିର ପରିଚାଳନାରେ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.