Home ଓଡ଼ିଶା ଶୋକ ସମ୍ବାଦ, ପ୍ରଫୁଲ୍ଲ ସାର ଆଉ ନାହାନ୍ତି

ଶୋକ ସମ୍ବାଦ, ପ୍ରଫୁଲ୍ଲ ସାର ଆଉ ନାହାନ୍ତି

106

ଯୋଡା,୧୫ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ପ୍ରଫୁଲ୍ଲ ସାର ଆଉ ନାହାନ୍ତି, ଏକଥାକୁ କେହି ହେଲେ ବିଶ୍ୱାସ କରିବା ଭାରି କଷ୍ଟ । ତାଙ୍କର ୬୯ ବର୍ଷ ବୟସରେ ରବିବାର ସନ୍ଧ୍ୟା ୮.୦୫ ମି. ସମୟରେ ବନେଇକଳାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ କିଛି ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପଡିଆରିପାଲ୍ଲି ଗ୍ରାମରୁ ଆସି ଯୋଡାସ୍ଥିତ ବନେଇକଳା ହାଇସ୍କୁଲରେ ପାଠ ପଢିବା ସହ ସେହି ସ୍କୁଲରେ ପିଟି ଶିକ୍ଷକ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଙ୍କ ସମୟରେ ବନେଇକଳା ଉଚ୍ଚ ବିଦ୍ୟାଳୟରୁ ଅନେକ ଛାତ୍ର ଛାତ୍ରୀ ଏବେ ସମାଜର ବିଭିନ୍ନ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ । ତାଙ୍କର ଏହି ଆକସ୍ମିକ ମୃତ୍ୟୁରେ ସମଗ୍ର ଯୋଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଫୁଲ୍ଲ କୁମାର ନାୟକ ଏକାଧାରରେ ଜଣେ ସାହିତ୍ୟିକ, କ୍ରୀଡାବିତ୍‌, କଳାକାର, ନାଟ୍ୟ ନିର୍ଦ୍ଦେଶକ, ସାଂସ୍କୃତିକ କାର୍ଯ୍ୟକ୍ରମର ସଂଗଠକ, ସମାଜସେବୀ, ଜଣେ ମିଷ୍ଟ ଭାଷୀ, ପରୋପକାରୀ ବ୍ୟକ୍ତି ଭାବରେ ଏ ଅଞ୍ଚଳରେ ବେଶ୍ ଜଣାଶୁଣା । ଚାକିରିରୁ ଅବସରପରେ ସେ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଆଗରେ ରହିଥିଲେ । ତାଙ୍କର ଅବର୍ତ୍ତମାନରେ ଯୋଡା ସହରରେ ଏକ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ, ୨ ପୁଅ ଲଲାଟେନ୍ଦୁ, ଲକ୍ଷ୍ମୀକାନ୍ତ, ଦୁଇ ବୋହୂ, ଝିଅ ପ୍ରଶାନ୍ତି, ଜ୍ୱାଇଁ ଏବଂ ପୁତୁରାମାନେ ଉପସ୍ଥିତ ରହିଥିଲେ । ସୋମବାର ଦିନ ସକାଳେ ତାଙ୍କର ମର ଶରୀରକୁ ପ୍ରଥମେ ତାଙ୍କର କର୍ମକ୍ଷେତ୍ର ବନେଇକଳା ଉଚ୍ଚ ବିଦ୍ୟାଳୟକୁ ଅଣାଯାଇ ସେଠାରୁ ଯୋଡା ସହର ପରିକ୍ରମା ପରେ ବନେଇକଳାସ୍ଥିତ ସ୍ୱାର୍ଗଦ୍ୱାରରେ ଶେସକୃତ ସମ୍ପନ୍ନ କରାଯାଇଛି । ଏହି ସମୟରେ ଯୋଡା ସହରରେ ତାଙ୍କୁ ଭବ୍ୟ ମେଲାଣୀ ଦିଆଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.