Home ଓଡ଼ିଶା ଯେଡା ଟ୍ରକ ମାଲିକ ସଂଘ ନିର୍ବାଚନ, ମାତା ପ୍ରସାଦ ସଭାପତି ଓ ସୁଶାନ୍ତ ସମ୍ପାଦକ ଭାବେ...

ଯେଡା ଟ୍ରକ ମାଲିକ ସଂଘ ନିର୍ବାଚନ, ମାତା ପ୍ରସାଦ ସଭାପତି ଓ ସୁଶାନ୍ତ ସମ୍ପାଦକ ଭାବେ ନିର୍ବାଚିତ

71

ଯୋଡା,୧୫ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲାର ଏକ ବିତ୍ତଶାଳୀ ଟ୍ରକ ମାଲିକ ସଂଘ ଭାବେ ପରିଚିତ ଯୋଡା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ଚୟନ ନିମନ୍ତେ ଏହାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ମାତା ପ୍ରସାଦ ଜୟସ୍ୱାଲ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସୁଶାନ୍ତ କୁମାର ବାରିକ୍ ନିର୍ବାଚିତ ହୋଇଥିବା ଜଣାପଡିଛି । ମୋଟ ୧୨୬୫ଜଣ ଟ୍ରକ ମାଲିକ ନିଜର ମତଦାନ କରିଥିବା ବେଳେ ସଭାପତି ପଦବୀ ପାଇଁ ୩ଜଣ ପ୍ରତିଯୋଗୀ ପ୍ରତିଦ୍ୱନ୍ଦିତା କରୁଥିଲେ । ସେମାନଙ୍କ ମଧ୍ୟରୁ ବିନୋଦ ପଟ୍ଟନାୟକ ୪୧୦ ଖଣ୍ଡ ଭୋଟ ପାଇଥିବା ବେଳେ ହରେକୃଷ୍ଣ ବେହେରା ୨୮୨ ଖଣ୍ଡ ଏବଂ ମାତା ପ୍ରସାଦ ଜୟସ୍ୱାଲ ୫୫୮ ଖଣ୍ଡ ଭୋଟ ପାଇଥିବା ବେଳେ ୧୫ ଖଣ୍ଡ ଭୋଟ ନାକଚ ହୋଇଥିଲା । ବିନୋଦ ପଟ୍ଟନାୟକ ଏବଂ ମାତା ପ୍ରସାଦ ଜୟସ୍ୱାଲଙ୍କ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ବିନୋଦଙ୍କ ଠାରୁ ମାତା ପ୍ରସାଦ ୧୪୮ଖଣ୍ଡ ଭୋଟ ବ୍ୟବଧାନରେ ଜୟଯୁକ୍ତ ହୋଇଥିବା ଜଣାପଡିଛି । ସେହିପରି ଉପସଭାପତି ପଦବୀ ପାଇଁ ୫ଜଣ ପ୍ରାର୍ôଥ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗ୍ନୁ ଚରଣ ମହାନ୍ତ ୨୪୮ ଖଣ୍ଡ, ବିଜୟ ଆପଟ୍ଟ ୩୭୮ ଖଣ୍ଡ, ଚିତ୍ତରଞ୍ଜନ ମହାନ୍ତ ୨୧୫ ଖଣ୍ଡ, ହଳଧର ସାହୁ ୬୫ ଖଣ୍ଡ, ଏମ୍‌ଡି ସୋଏବ ଖାନ ୩୨୩ ଖଣ୍ଡ ଭୋଟ ପାଇଥିବା ବେଳେ ୩୬ ଖଣ୍ଡ ଭୋଟ ନାକଚ ହୋଇଥିଲା । ବିଜୟ ଏବଂ ସୋଏବଙ୍କ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ବିଜୟ ୫୫ ଖଣ୍ଡ ଭୋଟ ବ୍ୟବଧାନରେ ଜୟଯୁକ୍ତ ହୋଇଥିଲେ । ସମ୍ପାଦକ ପଦବୀ ପାଇଁ ୨ଜଣ ଟାଣୁଆ ପ୍ରାର୍ôଥ ନିର୍ବାଚନ ଲଢିଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବତନ ସମ୍ପାଦକ ରବି ନାରାୟଣ ଦାସ ୬୨୧ ଖଣ୍ଡ ଭୋଟ ପାଇଥିବା ବେଳେ ସୁଶାନ୍ତ କୁମାର ବାରିକ୍ ୬୨୪ ଖଣ୍ଡ ଭୋଟ ପାଇ ମାତ୍ର ୩ ଖଣ୍ଡ ଭୋଟ ବ୍ୟବଧାନରେ ସୁଶାନ୍ତ ବିଜୟଲାଭ କରିଥିଲେ । ଏବଂ ୨୦ ଖଣ୍ଡ ଭୋଟ ନାକଚ ହୋଇଥିଲା । ଯୁଗ୍ମ ସମ୍ପାଦକ ପଦବୀ ପାଇଁ ୬ଜଣ ପ୍ରାର୍ôଥ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଶୋକ କୁମାର କାରୁଆ ୩୯୦ ଖଣ୍ଡ, ଜଗଦିଶ ଚନ୍ଦ୍ର ବାରିକ୍ ୧୬୨ ଖଣ୍ଡ, ମହେଶ କୁମାର ସିଂ ୨୩୭ ଖଣ୍ଡ, ଏମ୍‌ଡି ମୁସ୍ତାଫା ୧୧୪ ଖଣ୍ଡ, ପର୍ଶୁରାମ ପାତ୍ର ୧୪୬ ଖଣ୍ଡ, ରୁଦ୍ର ନାରାୟଣ ପଟ୍ଟନାୟକ ୧୭୫ ଖଣ୍ଡ ଭୋଟ ପାଇଥିବା ବେଳେ ୪୦ ଖଣ୍ଡ ଭୋଟ ନାକଚ ହୋଇଥିଲା । ମହେଶ ଏବଂ ଅଶୋକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଅଶୋକ ୫୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । କୋଷାଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ôଥ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବିଜୟ କୁମାର ମହାନ୍ତ ୩୨୦ ଖଣ୍ଡ, ହରେକୃଷ୍ଣ ପାତ୍ର ୧୦୩ ଖଣ୍ଡ, ଈଶ୍ୱର ଗୀରି ୨୬୦ ଖଣ୍ଡ, ନାରାୟଣ ବାରିକ ୧୫୨ ଖଣ୍ଡ, ରାଜେଶ ରୋସନ ୩୫୫ ଖଣ୍ଡ ଭୋଟ ପାଇଥିବା ବେଳେ ୭୪ ଖଣ୍ଡ ବୋଟ ନାକଚ ହୋଇଥିଲା । ରାଜେଶ ଏବଂ ବିଜୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ରାଜେଶ ମାତ୍ର ୩୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ରବିବାର ସକାଳ ୮ ଘଟିକାରୁ ଭୋଟ ଗ୍ରହଣ କରାଯାଇ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲୁରହିଥିଲା । ଭୋଟ ଗ୍ରହଣ ପରେ ଗଣତି ଆରମ୍ଭ ହୋଇଥିଲା ଏହା ବିଳମ୍ବିତରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ରାତି ୧ଟା ସମୟରେ ବିଜେତାମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ ପାଇଥିଲା । ବାଜା, ବାଣ, ରୋଷଣୀ ସହିତ ଟ୍ରକ ମାଲିକମାନେ ବିଜେତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ ଅଧିକାରୀ ଭାବେ ନିରଞ୍ଜନ ବହିଦାର ଏବଂ ସହଯୋଗୀ ଭାବେ ଭବାନୀ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଇନଜୀବି କୁମୁଦ ରଞ୍ଜନ ମହାନ୍ତ, ଦିଲ୍ଲିପ କୁମାର ରାଉତ ଏବଂ ନେରଶ ଚନ୍ଦ୍ର ପାତ୍ର ପ୍ରମୁଖ ଏହି ନିର୍ବାଚନଟିକୁ ପରିଚାଳନା କରିଥିଲେ । ଏହି ନିର୍ବାଚନ ଶାନ୍ତି ସୃଙ୍ଖଳା ସହିତ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବଡବିଲ ଏସଡିପିଓ ହିମାଂଶୁ ସେଖର ବେହେରା, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁଙ୍କ ସହିତ ବ୍ୟାପକ ପୁଲିସ ବଳ ନିୟୋଜିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.