Home ଜିଲ୍ଲା ପରିକ୍ରମା ଶୋକାକୁଳ ପରିବେଶରେ ହେଲା ବେଦାନ୍ତ ଫେକର ଶ୍ରମିକଙ୍କ ଶବ ସତ୍କାର

ଶୋକାକୁଳ ପରିବେଶରେ ହେଲା ବେଦାନ୍ତ ଫେକର ଶ୍ରମିକଙ୍କ ଶବ ସତ୍କାର

25

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବେଦାନ୍ତ ଫେକର ପରିସରରେ ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ôଚଛି । କଡା ସୁରକ୍ଷା ସହ ଶୋକାକୁଳ ପରିବେଶର ଶବ ସତ୍କାର କରାଯାଉଛି । ଖବର ଅନୁସାରେ ଭଦ୍ରକ ଜିଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର ପରିସରରେ ଦୁର୍ଘଟଣାରେ ଦୁଇ କର୍ମଚାରୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଅଧିକ ଓ ଉନ୍ନତମାନର ଚିକିତ୍ସା ପାଇଁ ବେଦାନ୍ତ ତରଫରୁ ମୁମ୍ବାଇ ସ୍ଥିତ ନେସନାଲ ବର୍ଣ୍ଣ ସେଣ୍ଟରକୁ ଏୟାର ଲିଫ୍ଟ ହୋଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରତିକାନ୍ତ ସୂତାରଙ୍କର ଦେହାନ୍ତ ହୋଇଛି । ପରେ ରତିକାନ୍ତ ମୃତଦେହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କୋରଣ୍ଟ ଠାରେ ପହଞ୍ôଚଛି । ସେପଟେ ବେଦାନ୍ତ ଫେକର ଏବଂ ଏହାର ୨୦୦ ମିଟର ମଧ୍ୟରେ ୧୪୪ ଧାରା ବଳବତ୍ତର ଥିବାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । କୋରଣ୍ଟ ଏବଂ ରାନ୍ଦିଆର ଲୋକେ ମର ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ନେଇଥିଲେ । ମୃତକଙ୍କ ପରିବାରକୁ ବେଦାନ୍ତ ଫେକର ତରଫରୁ ଉପଯୁକ୍ତ କ୍ଷତିପୂରଣ ମିଳିବା ନେଇ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି । ମୃତକଙ୍କର ଦୁଇଝିଅ ଥିବାରୁ ଅଧିକ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.