Home ଜିଲ୍ଲା ପରିକ୍ରମା ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ, ଦ୍ୱିତୀୟ ଦଫାରେ ବ୍ଲକ୍...

ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ, ଦ୍ୱିତୀୟ ଦଫାରେ ବ୍ଲକ୍ ଓ ପୌର ସ୍ତରରେ ତାଲିମ ପ୍ରଦାନ

34

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ର ସର୍ଭେ କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ପର୍ଯ୍ୟାୟକ୍ରମେ ଆଗେଇ ଚାଲିଛି । ଏଥିପାଇଁ ଚଳିତ ମାସ ୪ ତାରିଖରେ ଜିଲ୍ଲାସ୍ତରୀୟ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ପରେ ୬ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌର ସ୍ତରରେ ପ୍ରଥମ ଦଫାରେ ତାଲିମ୍ ପ୍ରଦାନ କରାଯାଇଥିଲା । ଆଜି ତା. ୧୮.୦୪.୨୦୨୩ ରିଖ ମଙ୍ଗଳବାର ଦିନ ପୁଣି ସମସ୍ତ ବ୍ଲକ୍ ଓ ପୌର ସ୍ତରରେ ଦ୍ୱିଦୀୟ ଦଫାରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟକି ଆସନ୍ତା ମଇ ୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ଏହି ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବ । ମଇ ୨୧ ରୁ ୨୭ ତାରିଖ ଯାଏ ଏହି କାର୍ଯ୍ୟ ଲାଗି ସ୍ପେଶାଲ ଡ଼୍ରାଇଭ୍ କରାଯିବ । ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍ ଓ ୪ଟି ପୌର ପରିଷଦ ର ପ୍ରଶାସନ ଦ୍ୱାରା ଏହି ସର୍ଭେ ନିମନ୍ତେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରିବା ପାଇଁ ଥିବା ସମସ୍ତ ଏନୁମରେଟର ଓ ସୁପର ଭାଇଜର ମାନଙ୍କ ପାଇଁ ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ସର୍ଭେ କାର୍ଯ୍ୟରେ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଶାସନ ସଚ୍ଚିବ ଦେବବ୍ରତ ମଲ୍ଲିକ୍ ଆଜି ଭଣ୍ଡାରିପୋଖରୀ ବ୍ଲକ୍ ଧାମନଗର ବ୍ଲକ୍ ଓ ଧାମନଗର ଏନ୍‌.ଏ.ସି.ରେ ଅନୁଷ୍ଠିତ ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଲିମ ପ୍ରଦାନ କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରିଥିଲେ ।

ତାଲିମ ପ୍ରଦାନ କାର୍ଯ୍ୟକ୍ରମ ସହିତ ସର୍ଭେକାର୍ଯ୍ୟର ସମସ୍ତ ପ୍ରକ୍ରିୟା ତଦାରଖ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଅର୍ପଣ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ଧାମନଗର ବ୍ଲକ୍‌, ଧାମନଗର ଏନ୍‌.ଏ.ସି., ଭଣ୍ଡାରିପୋଖରୀ ଓ ତିହିଡ଼ି ବ୍ଲକ୍‌, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକ ବ୍ଲକ୍‌, ଭଦ୍ରକ ମ୍ୟୁନିସିପାଲିଟି,ବନ୍ତବ୍ଲକ୍‌, ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ଚାନ୍ଦବାଲି ବ୍ଲକ୍ ଓ ଚାନ୍ଦବାଲି ଏନ୍‌.ଏ.ସି. ଏବଂ ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁଙ୍କୁ ବାସୁଦେବପୁର ବ୍ଲକ ଓ ବାସୁଦେବପୁର ମ୍ୟୁନିସିପାଲିଟିର ଦାୟୀତ୍ୱ ଅର୍ପଣ କରାଯାଇଛି । ସେମାନେ ସଂପୃକ୍ତ ବ୍ଲକ୍ ଓ ପୌର ଅଞ୍ଚଳର ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରି ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ ପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଛନ୍ତି । ଉକ୍ତ ସର୍ଭେ କାର୍ଯ୍ୟ ପାଇଁ ଏନୁମରେଟର ଭାବେ କାର୍ଯ୍ୟଭାର ନେବାକୁ ନିୟୋଜିତ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ଅଙ୍ଗନବାଡ଼ି ୱାର୍କର, ପୌରାଞ୍ଚଳର ଟ୍ୟାକ୍ସ କଲେକ୍ଟର ଓ ୱାର୍ଡ଼ ଅଫିସରମାନେ ପ୍ରଶିକ୍ଷାର୍ଥୀ ଭାବେ ଏହି ତାଲିମ ଗ୍ରହଣ କରିଛନ୍ତି । ସେହିପରି ସୁପରଭାଇଜର ଦାୟୀତ୍ୱ ନେବାପାଇଁ ନିୟୋଜିତ ଗ୍ରାମାଞ୍ଚଳରେ ଆଇ.ସି.ଡ଼ି.ଏସ୍‌. ସୁପରଭାଇଜର, ମାର୍କେଟିଂ ଇନିସପେକ୍ଟର, ଗ୍ରାମ ପଞ୍ଚାୟତ ଏକସ୍‌ଟେନ୍‌ସନ୍ ଅଫିସର, ୱେଲଫେୟାର ଏକସ୍‌ଟେନ୍‌ସନ୍ ଅଫିସର, ବ୍ଲକ୍ ସୋସିଆଲ ସିକ୍ୟୁରିଟି ଅଫିସର, ପୌରାଞ୍ଚଳପାଇଁ ପୌର ଅଞ୍ଚଳର ଆଇ.ସି.ଡ଼ି.ଏସ୍‌. ସୁପରଭାଇଜର, ମାର୍କେଟିଂ ଅଫିସର, ଜୋନ୍ ଅଫିସର ମାନେ ଏହି ତାଲିମ ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ କି ଏହି ସର୍ଭେ କାର୍ଯ୍ୟପାଇଁ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ବା ଯେକୌଣସି ସରକାରୀ ଅନୁଷ୍ଠାନରେ ସର୍ଭେ ସେଣ୍ଟର ଖୋଲାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.