Home ଜିଲ୍ଲା ପରିକ୍ରମା ଜାତୀୟ ପଦକ ହାସଲ ପାଇଁ ସୁରେନ୍ଦ୍ର ଦାସଙ୍କୁ ଶୁଭେଚ୍ଛା ଦେଲେ ଜିଲ୍ଲାପାଳ

ଜାତୀୟ ପଦକ ହାସଲ ପାଇଁ ସୁରେନ୍ଦ୍ର ଦାସଙ୍କୁ ଶୁଭେଚ୍ଛା ଦେଲେ ଜିଲ୍ଲାପାଳ

16

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସର୍ବଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ ପଦକ ହାସଲ କରି ଗୌରାବନ୍ୱିତ କରିଥିବା ଏହି ବ୍ଲକର ରହଣିଆ ଗ୍ରାମର ସୁରେନ୍ଦ୍ର ଦାସଙ୍କୁ ଭଦ୍ରକ ଜିଲ୍ଲାପାଳ ଆଜି ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ହରିଆନାର ପାନିପଥ ଠାରେ ଅନୁଷ୍ଠିତ ପ୍ରତିଯୋଗୀତାରେ ୨୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରି ସୁରେନ୍ଦ୍ର ସ୍ୱର୍ଣ୍ଣପଦକ ବିଜୟ ଲାଭ କରିଥିଲେ । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆର୍ଥୀକ ସହାୟତା ଯୋଗାଇ ଦେଇଥିଲେ । ପ୍ରତିଯୋଗୀତାରେ ସଫଳତା ମିଳିଥିବାରୁ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ପ୍ରଦାନ କରି ସୁରେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଅନୁରୂପ ଭାବେ ସଫଳତା ଲାଭ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଜିଲ୍ଲାପାଳଙ୍କ ସହାୟତା ପାଇଁ ସମାଜସେବୀ ବଦ୍ରୀନାରାୟଣ ଧଳ, ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ପରିଡା, ରହଣିଆ ସମବାୟ ସମିତି ସଭାପତି ସାଗର ରଞ୍ଜନ ଲେଙ୍କା, ମିତ୍ୟରଞ୍ଜନ ଦାସ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସହଯୋଗ ପାଇଁ ବଧାଇ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.