Home ଜିଲ୍ଲା ପରିକ୍ରମା ଶେଷରେ ପ୍ରଶାସନ ଶୁଣିଲା ; ବନ୍ତଳା ଗାଁ କୁ ନିର୍ମାଣ ହେଲା ସ୍ଥାୟୀ ରାସ୍ତା

ଶେଷରେ ପ୍ରଶାସନ ଶୁଣିଲା ; ବନ୍ତଳା ଗାଁ କୁ ନିର୍ମାଣ ହେଲା ସ୍ଥାୟୀ ରାସ୍ତା

106

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲ୍‌କ କାଦବରାଙ୍ଗ ପଂଚାୟତ ୪ ନଂ ୱାର୍ଡ଼ର ଗାଁ ବନ୍ତଳା । ଯେଉଁ ଗାଁକୁ ସ୍ତାୟୀ ରାସ୍ତାଟିଏ ନଥିଲା । ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ଉକ୍ତ ଗାଁ ବାସୀଙ୍କ ପାଇଁ ରାସ୍ତା ସାତ ସପନ ପାଲୋଟି ଥିଲା । ଉତି ମଧ୍ୟରେ ଉକ୍ତ ଗାଁକୁ ଫିପ୍ତ ଏସଏଫସି (ଏମଭି ଟାକ୍ସ) ଯୋଜନାରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ହୋଇଛି । ସୂଚନା ଅନୁଯାୟୀ; କାଦବରାଙ୍ଗ ପଂଚାୟତ ୪ ନଂ ୱାର୍ଡ଼ ର ଏକ ଛୋଟିଆ ଗାଁ ବନ୍ତଳା ଯାହାର ଲୋକସଂଖ୍ୟା ପାଖାପାଖି ୭୦୦ ତନ୍ନମଧ୍ୟରୁ ଭୋଟର ସଂଖ୍ୟା ପାଖାପାଖି ୪୦୦ । କାଦବରାଙ୍ଗ-ଆଡ଼ିଆ ଆରଡ଼ି ରାସ୍ତାକୁ ଏହି ଗାଁ ରାସ୍ତା ସଂଯୋଗ କରୁଛି । ରାସ୍ତା ନିର୍ମାଣ ପୂର୍ବରୁ ଖରା ଦିନକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ ଥିଲା । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ ଯଦ୍ୱାରା ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଗାଁ ମଧ୍ୟକୁ ପ୍ରବେଶ କରି ପାରୁ ନଥିଲେ । ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ,କଲେଜ ତଥା ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ରାସ୍ତାଦେଇ ବିପଦ ସଙ୍କୁଳ ପରିସ୍ଥିତିରେ ପ୍ରତିଦିନ ଅଧ୍ୟୟନ ପାଇଁ ଆସୁଥିଲେ । ଗତ ବର୍ଷ ବର୍ଷା ଋତୁ ସମୟରେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା । ଉକ୍ତ ରାସ୍ତାକୁ ନେଇ ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତଙ୍କ ନେତୃତ୍ୱରେ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଶାସନ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ଗ୍ରାମବାସୀମାନେ ନିଜେ ନିଜ ରାସ୍ତାକୁ ମରାମତି କରିଥିଲେ । ଶେଷରେ ରାଜ୍ୟ ବିଜେଡ଼ି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ପଂଚାୟତ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଂଚ ଭାଗିରଥି ସେଠୀ ପ୍ରମୁଖଙ୍କ ପ୍ରଚେଷ୍ଟା ଓ ପ୍ରଶାସନର ସହଯୋଗରେ ଉକ୍ତ ଗାଁକୁ ଫିପ୍ତ ଏସଏଫସି (ଏମଭି ଟାକ୍ସ) ଯୋଜନାରେ ୩ ଲକ୍ଷ ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମାଣ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.