Home ଜିଲ୍ଲା ପରିକ୍ରମା ଲୋକନାଥପୁରରେ ପ୍ରସ୍ତାବିତ ମଦଦୋକାନ ଖୋଲିବାକୁ କେନ୍ଦ୍ରକରି ତାତିଲେ ଜନସାଧାରଣ

ଲୋକନାଥପୁରରେ ପ୍ରସ୍ତାବିତ ମଦଦୋକାନ ଖୋଲିବାକୁ କେନ୍ଦ୍ରକରି ତାତିଲେ ଜନସାଧାରଣ

31

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଥାନା ସାହାସପୁର ଠାରେ ନିକଟରେ ଏକ ସରକାରୀ ମଦଦୋକାନ ଖୋଲିବାକୁ କେନ୍ଦ୍ରକରି ତୁମୂଳ ଗଣ୍ଡଗୋଳ ଓ ରାସ୍ତାରୋକ କରାଯିବାପରେ ସେଠାରେ ଏହି ମଦଦୋକାନ ବନ୍ଦ କରାଯାଇଥିବାବେଳେ ଗତକାଲି ପୁନଃର୍ବାର ଲୋକନାଥପୁର ଠାରେ ଏହି ମଦଦୋକାନ ଖୋଲିବାପାଇଁ ସରକାରଙ୍କ ପକ୍ଷରୁ ଜାଗା ଚିହ୍ନଟ କରାଯାଉଥିବାବେଳେ ସ୍ଥାନୀୟ ଅଂଚଳର ଜନସାଧାରଣ, ମହିଳା ଓ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଘୋର ବିରୋଧ କରିଥିଲେ । ପ୍ରକାଶ ଥାଉକି ଭଦ୍ରକ -ଆଖଣ୍ଡଳମଣୀ ରାସ୍ତାର ପାୟାସାହି ଛକର କିଛିବାଟ ପରେ ଲୋକନାଥପୁର ରାସ୍ତା କଡ଼ରେ ସରକାରୀ ମଦଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ସେଠାରେ ପହଂଚିଥିଲେ । ତେବେ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଅନଳଡ଼ିହ, ଅସ୍ତକ, ଲୋକନାଥପୁର, ଜଗନ୍ନାଥସାହି, ପାୟାସାହି ଆଦି ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ ଘଟଣା ସ୍ଥଳରେ ପହଂଚି ଏହି ପ୍ରସ୍ତାବିତ ସରକାରୀ ମଦଦୋକାନିକୁ ବିରୋଧ କରିଥିଲେ । ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ ଏହି ଜାଗା ଚିହ୍ନଟକୁ ବନ୍ଦକରି ବିରୋଧ କରୁଥିବା ଉପସ୍ଥିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।

ପ୍ରକାଶ ଥାଉକି ଧୂଷୁରୀ ଥାନା ଅନ୍ତର୍ଗତ ସାହସପୁର ପଂଚାୟତର ସୂର୍ଯ୍ୟପୁର ମୌଜାର ପ୍ଲଟ ନଂ ୨୪୦୨/୩୨୫୬, ଖାତା ନଂ ୭୯୨/୧୪୮ ଜମିରେ ଧୂଷୁରୀ ଠିପିବନ୍ଦ ବିଦେଶି ମଦଦୋକାନ ଖେଲିବାକୁ ପ୍ରସ୍ତାବ ଦିଆଯାଇଥିଲା । ସରକାରଙ୍କ ତରଫରୁ ସର୍ବସାଧାରଣଙ୍କ ଅଭିଯୋଗ ସୁଣାଣି ପାଇଁ ସମୟ ମଧ୍ୟ ଦିଆଯାଇଥିଲା । ଉକ୍ତ ପ୍ରସ୍ତାବିତ ମଦଦୋକାନଟି ପାୟାସାହି ଅସ୍ତକ ମୁଖ୍ୟ ରାସ୍ତାକଡ଼କୁ ଲାଗିରହିଥିବା ସହିତ ଏହା ଏକ ମୁଖ୍ୟ ସଡ଼କ ଏବଂ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀ ଧାମକୁ ମଧ୍ୟ ଏହି ରାସ୍ତାକଡ଼ ଦେଇଯାଇଛି । ଏଣୁ ଏଠାରେ ମଦଦୋକାନ କରାନଜିବାପାଇଁ ସ୍ଥାନୀୟ ଅଂଚଳରେ ଘୋର ବିରୋଧ କରାଯାଇଛି । ଜଦି ଏଠାରେ ମଦଦୋକାନ ଖୋଲାଯାଏ ଏହାକୁ ତିବ୍ର ବିରୋଧ କରିବା ସହିତ ସ୍ଥାନୀୟ ଅଂଚଳର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମାଜସେବୀ ଚନ୍ଦ୍ରଶେଖର ନାୟକ, ବିନୋଦ ନାୟକ, ଅଜୟ ମଲ୍ଳିକ, ପ୍ରଦୀପ ଜେନା, ବଳରାମ ନାୟକ, କମଳାକାନ୍ତ ପୁହାଣ ପ୍ରମୁଖ ଚେତାବନି ଦେଇଛନ୍ତି । ତେବେ ସ୍ଥାନୀୟ ଅଂଚଳର ଲୋକମାନଙ୍କ ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବା ସହିତ ସେଠାରେ ମଦଦୋକାନ ଖୋଲାଜିବକି ନାହିଁ ନିଷ୍ପତ୍ତି ନିଆଜିବବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.