Home ଓଡ଼ିଶା ଶୀତଳଷଷ୍ଟୀ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୁଗଳ ଦର୍ଶନ ପରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ଶୀତଳଷଷ୍ଟୀ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୁଗଳ ଦର୍ଶନ ପରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

376

ସମ୍ବଲପୁର, ୯ା୬ (ଓଡ଼ିଆ ପୁଅ) ପ୍ରାୟ ୪ ଶହ ବର୍ଷ ପୁରୁଣା ସମ୍ବଲପୁରର ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ତିଥିରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁଆଗୁଂଡ଼ା ପତରଫେଡ଼ି ଆଦି ବିଧି ପରେ ବିବାହ ଉତାରୁ ମହାଦେବ-ପାର୍ବତୀ ଶୀତଳଷଷ୍ଟୀ ଯାତ୍ରାରେ ବାହାରି ଶ୍ରଦ୍ଧାଳୁଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ନଗର ପରିକ୍ରମା କରି ଭକ୍ତଙ୍କୁ ନବଯୈାବନ ବେଶରେ ଯୁଗଳ ଦର୍ଶନ ଦେବା ପରେ ଆଜି ସଂଧ୍ୟାରେ ଦେବ ଦେବ ମହାଦେବ ଜଗତଜନନୀ ମହାମାୟା ପାର୍ବତୀଙ୍କୁ ଘେନି ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ କରିଛନ୍ତି। ଏଥ ସହିତ ଯାତ୍ରା ଉଦଯାପିତ ହୋଇଛି। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଶିବାଳୟ ବେଢ଼ାରୁ ଦେବଦମ୍ପତି ସୁନା ଓ ରୂପା ଅଳଙ୍କାର ଭୂଷିତ ତଥା ନାନା କିସମର ପୁଷ୍ପରେ ସଜ୍ଜିତ ହେ।ଇ ସ୍ୱତନ୍ତ୍ର ରଥରେ ନଗର ପରିକ୍ରମା ବା ଶୀତଳଷଷ୍ଠୀ ଯାତ୍ରାରେ ବାହାରିଥିଲେ। ମନ୍ଦିର ଦ୍ୱାରରେ ଅ।ରତୀ ସହିତ ଦେଚଦମ୍ପତି ନଗରପରିକ୍ରମା ଆରମ୍ବ କରିଥିଲେ। ରବିବାର ସପ୍ତମୀ ତିଥିର ସକାଳୁ ବାଟରହଣୀ ପରେ ପୂର୍ବାହ୍ନରେ ପୁନର୍ବାର ଅପରାହ୍ନ ପର୍ଯ୍ୟନ୍ତ ଯାତା୍ରଜାରୀ ରହିଥିଲା। ଆଜି ଶୁଭ ଲଗ୍ନରେ ଦେବଦମ୍ପତି ପାର୍ଶ୍ୱ ଦେବାଦେବୀଙ୍କ ସହ ରୀତିନୀତି ମଧ୍ୟରେ ମନ୍ଦିର ବିଜେ କରିଛନ୍ତି। ସୂଚନାଯେ।ଗ୍ୟ ଯେ, ଜ୍ୟେଷ୍ଠ ଶୁକ୍ଲପକ୍ଷ ପଂଚମୀତିଥି ଶୁକ୍ରବାର ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଲୌକିକ ରୀତିନୀତିରେ ସମ୍ପନ୍ନ ହେ।ଇଥିଲା। ଅସଂଖ୍ୟ ଭକ୍ତ ପରମ୍ପରା ଅନୁଯାୟୀ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ପର୍ଯ୍ୟନ୍ତ ଉପବାସ ଧାରଣ କରିଥିଲେ।

ପଶ୍ଚିମ ଓଡ଼ିଶାରେ ଶୈବ ପୂଜା ବା ଶୈବ ସଂସ୍କୃତିର ପରଂପରା ଅନେକ ପୂର୍ବରୁ ରହି ଅ।ସିଛି। ୧୫୬୧-୧୫୯୦ ମଧ୍ୟରେ ସମ୍ବଲପୁରର ମହାନଦୀ କୂଳରେ ସୋମନାଥ ମନ୍ଦିର ଗଢ଼ା ଯାଇଥିଲା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ପରଂପରା ପ୍ରାୟ ଚାରି ଶହ ବର୍ଷ ପୁରାତନ। ସର୍ବପ୍ରଥମେ ବାଲିବନ୍ଧାସ୍ଥିତ ଏହି ସେ।ମନାଥ ମନ୍ଦିରରେ ଶିବବିବାହର ଅ।ୟେ।ଜନ ଅ।ରମ୍ଭ, ସମ୍ଭବତଃ ସେହିସମୟରେ ହେ।ଇଥିବାବେଳେ ଉତ୍କଳୀୟ ଓ ଅ।ରଣ୍ୟକ ବ୍ରାହ୍ମଣମାନେ ପରବର୍ତ୍ତୀ ସମୟରେ ନନ୍ଦପଡ଼ା ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା ଓ ଝାଡ଼ୁଅ।ପଡ଼ା ଶ୍ରୀ ଶ୍ରୀ ଲେ।କନାଥ ବାବା ମନ୍ଦିରରେ ଏହି ଯାତ୍ରା ଅ।ରମ୍ଭ କରିଥିଲେ। ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ଅ।ରମ୍ଭ ହେ।ଇଥିଲା। ଏହାସହିତ ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା ଓ ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଏବେ ସାମିଲ ହେ।ଇଛି। ବାଲିବନ୍ଧାର ସର୍ବପୁରାତନ ଶ୍ରୀଶ୍ରୀ ସେ।ମେଶ୍ୱର ବାବା, ମାନେଶ୍ୱରର ମାନ୍ ଧାତା ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର, ସିନ୍ଦୁରପଙ୍କର ତାରକେଶ୍ୱର, ରାଣୀବନ୍ଧର ରାମେଶ୍ୱର, ଗେଇଟୀ ରେ।ଡ଼ର ଭୁବନେଶ୍ୱର, ଧନକଉଡ଼ାର ଚନ୍ଦ୍ରଶେଖର, ବୁଢ଼ାରଜାର କେ।ଶଳେଶ୍ୱର, ହୀରାକୁଦର ନୀଳକଣ୍ଠେଶ୍ୱର ବାବାଙ୍କ ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେ।ଇଛି।

ଚଳିତବର୍ଷ ଯାତ୍ରାରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ଓ ପର୍ଯ୍ୟଟକ ସମାଗମ ହେ।ଇଥିଲେ। ଶୁକ୍ରବାର ସକାଳୁ ସମ୍ବଲପୁରକୁ ଲେ।କଙ୍କ ସୁଅ ଛୁଟିଥିବାବେଳେ ସମ୍ପର୍କୀୟଙ୍କ ଘରକୁ କୁଣିଅ। ଅ।ସିଥିବା କିମ୍ବା ଦେବଦମ୍ପତିଙ୍କ ବିବାହରେ ସାମିଲ ହେବାକୁ ଚାହୁଁଥିବା ଶ୍ରଦ୍ଧାଳୁ ପୂର୍ବରୁ ଅ।ସି ସମ୍ବଲପୁରରେ ପହଞ୍ଚିଥିଲେ। ଏଥିଯୋଗୁ ଗତକାଲି ଠାରୁ ସହରକୁ ଆସୁଥିବା ସମସ୍ତ ଯାନବାହନ, ବସ, ଟ୍ରେନ ଓ ଅନ୍ୟାନ୍ୟ ଗାଡ଼ିମୋଟରରେ ପ୍ରବଳ ଭିଡ଼ ଲାଗିରହିଥିଲା। ନନ୍ଦପଡ଼ା, ଝାଡ଼ୁଅ।ପଡ଼ା, ମୁଦିପଡ଼ା, ବଡ଼ବଜାର ଓ ଠାକୁରପଡ଼ାର ଶୀତଳଷଷ୍ଠୀ ଶେ।ଭାଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୦ ହଜାରରୁ ଅଧିକ କଳାକାର ସାମିଲ ହେ।ଇଥିଲେ। ଯାତ୍ରା ପାଇଁ ବଡ଼ସଡ଼କ, ସାନସଡ଼କ, ଗେ।ଲବଜାର-ଗେଇଟି ଟକିଜ ରାସ୍ତା ଓ ସମଲେଶ୍ୱରୀ ମନ୍ଦିର ରାସ୍ତା, ମୁଦିପଡ଼ା, ଲକ୍ଷ୍ମୀ ଛକ, ପ୍ରଭୃତି ଇଲାକା ଲୋକାରଣ୍ୟ ହୋଇଉଠିଥିଲା। ଶନିବାର ରାତିସାରା ଓ ରବିବାର ଦିନବେଳା ଶ୍ରଦ୍ଧାଳୁ ମାନେ ବୁଲି ବୁଲି ଦେବଦର୍ଶନ ସହ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ।

ଦେବ ଦମ୍ପତିଙ୍କୁ ନଗରପରିକ୍ରମା ସମୟରେ ବହୁ ପରିବାର ଓ ଭକ୍ତ ନିଜନିଜ ଘର ବାଟରେ ବନ୍ଦାପନା ସହିତ ନୈବେଦ୍ୟ ଅର୍ପଣ ପୂର୍ବକ ପୁଜା କରିଥିଲେ। ଘଂଟ, ଶଂଖ, ସମ୍ପର୍ଦା, କିର୍ତନ, ପଂଚବାଦ୍ୟ, ସାହିଯାତ, ଘୁମୁରା ଭଳି ପାରମ୍ପାରିକ ନୃତ୍ୟ ଦଳ ସମ୍ବଲପୁର, କଟକ, ବଲାଂଗିର, କଳାହାଂଡ଼ି, ସୁନ୍ଦରଗଡ଼, ଢେଙ୍କାନାଳ, ବରଗଡ, ଗଞାମÿ ଆଦି ଜିଲ୍ଲା ମାନଙ୍କରୁ ଆସିଥିଲେ। ସେହିଭଳି ଆସାମ, ପଞାବ, ରାଜସ୍ତାନ, ଛତିଶଗଡ଼ର ଓ ରାଜ୍ୟର ବହୁ କଳାକାର ମଧ୍ୟ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ। ପଡ଼ା ମାନଙ୍କର ଯାତ୍ରାରେ ରାଧାକୃଷ୍ନ, ପଂଚବକ୍ତ୍, ନୃସିଂହ, ଗୋପିନାଥ, ହନୁମାନଙ୍କ ବଗ୍ରହ ରଥାସୀନ ଥିଲେ। ସେହିଭଳି ପ୍ରଜ୍ଞାପନ ମେଢ ମାନଙ୍କରେ ପୈାରାଣୀକ କଥାବସ୍ତୁ ଓ ସାମ୍ପ୍ରତିକ ବିଷୟ ଆଧାରରେ ସୁନ୍ଦର କଳାକୃତି ନର୍ମାଣ କରଯାଇଥିଲା। ଯାତ୍ରା ସମୟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ବଗଗଡ଼ ଓ ସମ୍ବଲପୁର ଲୋକସଭା ସଦସ୍ୟ ସୁରେଶ ପୁଜାରୀ ଏବଂ ନିତେଶ ଗଂଗଦେବ, ବିଧାୟକ ରୋହିତ ପୂଜାରୀ, ଜୟ ନାରାୟଣ ମିଶ୍ର, ନାଉରୀ ନାୟକ, ପୂର୍ବତନ ବିଧାୟକ ରାସେସ୍ୱରୀ ପାଣିଗ୍ରାହୀ, ଅଶ୍ୱିନୀ କୁମାର ଗୁରୁ ପ୍ରମୁଖ ବିଭନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଯାତ୍ରାକୁ ଆସି ଦେବ ଦର୍ଶନ କରଥିଲେ। ସାମାଜିକ, ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆାଯାଇଥିଲା। ଯୁବା ସମ୍ବଲପୁର, ଏମ୍ ସିଏଲ୍ ଓ ସମ୍ବଲପୁର ପ୍ରେସ କ୍ଲବ, ମାରୱାଡ଼ି ଯୁବା ମଂଚଞ୍ଚ, କୁଲତା ସମାଜ, ଲାୟନ୍ସ କ୍ଲବ, ରେ।ଟାରୀ କ୍ଲବ, ଜେସିଅ।ଇ ସମ୍ବଲପୁର, ସଂଡ଼େ ଗ୍ରୁପ, ଗୁରୁଦ୍ୱାରା ପ୍ରବନ୍ଧକ କମିଟି, ଶିବାଜୀ କ୍ଲବ- ଡ଼ାବରଗଲି, ସମ୍ବଲପୁରୀ ଲେଖକ ପରିଷଦ, ବ୍ୟାଙ୍କ ଆଫ ଇଂଡ଼ିଆ, ଉତ୍ସର୍ଗ, ମହିଳା ଓ ଶିଶୁ ସୁରକ୍ଷା ସଂଗଠନ, ବିଜୁ ଜନତା ଦଳ, ନୀଳାଚଳ ସାରସ୍ୱତ ସେବା ସଂଘ, ହନୁମାନ କଲୋନୀ ବାସୀନ୍ଦା ସଂଘ, ଆନନ୍ତରାମ କ୍ଲବ, କମିଶନର୍ସ କଲୋନୀ, ଓରିଏଂଟାଲ ଇନସ୍ୟୁରାନ୍ସ କମ୍ପାନି, ଆଭାର, ଚଷା ସମାଜ, ଅ।ଦି ଅନେକ ଅନୁଷ୍ଠାନ ଜନସାଧାରଣଙ୍କ ସେବାରେ ଲାଗିଥିଲେ। ଯାତ୍ରୀମାନେ ରବିବାର ଦିନବେଳା ଖରାରେ ବୁଲି ଯାତ୍ରା ଦେଖୁଥିବାବେଳେ ଅନୁଷ୍ଠାନମାନଙ୍କ ସହଯେ।ଗ ପନୀୟ ଜଳ, ଜଲଖିଆ, ଗ୍ଲୁକୋସ, ଅନ୍ନ, ଦହିପାଣି, ଲେମ୍ବୁ ସରବତ ପ୍ରଭୃତି ବିତରଣ ସବୁମହଲରେ ପ୍ରଶଂସିତ ହେ।ଇଛି। ଯାତ୍ରା ସମୟରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଛକସ୍ଥାନମାନଙ୍କରେ ପାଣି ଟ୍ୟାଙ୍କରର ବ୍ୟବସ୍ଥା କରାଯାଇଥିଲା।

ପୂର୍ବରୁ ମହାନଗର ନିଗମ ପକ୍ଷରୁ ସହରର ମୁଖ୍ୟ ରାସ୍ତାଘାଟ ଓ ନଦୀ ଘାଟ ସଫା କରିବା ସହ ବ୍ଲିଚିଂ ପାଉଡ଼ର ସିଞ୍ଚନ କରାଯାଇଥିଲା। ଜିଲା ପ୍ରଶାସନ ଓ ପେ।ଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ଟାଉନ ଥାନା ପରିସରରେ କଣ୍ଟ୍ରୋଲ ରୁମ ରହିଥିବାବେଳେ ବିଭିନ୍ନ ମୁଖ୍ୟ ଛକ ମାନଙ୍କରେ ପେ।ଲିସ ମୁତୟନ ଥିଲେ। ଏପରିକି ଖାସ କରି ଦୂରରୁ ଆସିଥିବା ମହିଳାଙ୍କ ପାଇଁ ସାଦା ପୋଷାକରେ ପୋଲିସ ଅଧିକାରୀ ମାନେ ପଇଁତରା ମାରୁଥିବା ଦେଖାଯାଇଥିଲା। ଭିଡ଼ ନିୟନ୍ତ୍ରଣରେ ଯାତ୍ରା କମିଟୀର ସ୍ୱେଛ୍ ସେବୀ ମାନେ ମଧ୍ୟ ଚଳିତ ବର୍ଷ ଅଂଶଗ୍ରହଣ କରିଥିଲେ। ଶୀତଳଷଷ୍ଠୀ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହେ।ଇଛି ବେ।ଲି ପୋଲିସ ସୂତ୍ରରୁ ପ୍ରକାଶ। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀମାନଙ୍କୁ ନିୟେ।ଜିତ କରାଯାଇଥିଲା। ଅବକାରୀ ବିଭାଗ ଓ ପେ।ଲିସ ପକ୍ଷରୁ ଅତର୍କିତ ଚଢ଼ଉ କରି ବ୍ୟାପକ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ ସହ ଗିରଫଦାରୀ କରାଯାଇଥିଲା। ଏହାସହିତ ମଦଦେ।କାନ ୮ ତାରିଖ ସନ୍ଧ୍ୟାରୁ ତାରିଖ ସନ୍ଧ୍ୟା ପଯର୍ ୟନ୍ତ ବନ୍ଦ ରହିଥିବାବେଳେ ମହଜୁଦକାରୀ ଓ େଚାରା ବିକ୍ରିକୁ ରୋକାଯାଇ ପାରିଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.