Home ଜିଲ୍ଲା ପରିକ୍ରମା ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

50

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଚାଇଲ୍‌୍‌ଡ ଲାଇନ୍ ତରଫରୁ ଜିଲା୍ଳ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କିଶୋରୀ ସ୍ୱାସ୍ଥ୍ୟ, ସେମାନଙ୍କ ଶିକ୍ଷା ଦିଗରେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ମିଳିତ ଉଦ୍ୟମ ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଥିଲା। ରାଷ୍ଟ୍ରୀୟ ପରିବାର ସର୍ବେକ୍ଷଣ ଅନୁସାରେ ‘ବେଟି ପଢାଓ, ବେଟି ବଚାଓ’ କାର୍ଯ୍ୟକ୍ରମ ସମ୍ପର୍କରେ ଗୁରୁତ୍ୱାରୋପ କରି ଲୋକମାନଙ୍କୁ ସଚେତନ କରାଇବା ଦିଗରେ ଆହୁରି ପଦକ୍ଷେପ ନିଆଯିବା ଉଚିତ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଜିଲ୍ଳା ଶିଶୁ ମଙ୍ଗଳ କମିଟିର ସଦସ୍ୟା ମୌସୁମୀ ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭାରତୀ ରାଉତ, ଏପିଏମ୍ (ଏନ୍‌ଏଚ୍‌ଆର୍‌ଏମ, ଅର୍ବାନ) ଇତିଶ୍ରୀ ଦାସ, ଲେଡି ହେଲ୍‌ଥ ଭିଜିଟର ମାଳତୀ ଲତା ବେହେରା ପ୍ରମୁଖ ଯୋଗ ଦେଇ ଜନ ସଚେତନତା ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଚାଇଲ୍‌ଡ ଲାଇନ୍ ନିର୍ଦ୍ଦେଶକଙ୍କ ପ୍ରତିନିଧି ରିୟାଜ ଅହମ୍ମଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଚାଇଲ୍‌ଡ ଲାଇନ୍‌ର ସଦସ୍ୟ ରମାକାନ୍ତ ଜେନା ଚାଇଲଡ୍ ଲାଇନ୍‌ର ଲକ୍ଷ୍ୟ ଏହାର ଗଠନ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟ୍ରକମକୁ ବାସନ୍ତୀ ସେଠୀ, ସାହିନ୍ ଖାଁ, ପ୍ରଶାନ୍ତ ମହାପାତ୍ର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.