Home ଜିଲ୍ଲା ପରିକ୍ରମା କ୍ଷେତମଜଦୁର ଓ କୃଷକ ବିରୋଧୀ କେନ୍ଦ୍ରୀୟ ବଜେଟ ବିରୋଧରେ ପ୍ରତିବାଦ ସଭା

କ୍ଷେତମଜଦୁର ଓ କୃଷକ ବିରୋଧୀ କେନ୍ଦ୍ରୀୟ ବଜେଟ ବିରୋଧରେ ପ୍ରତିବାଦ ସଭା

47

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅପର୍ତିବିନ୍ଧା ଛକ ଠାରେ ଓଡିଶା କ୍ଷେତମଜଦୁର ୟୁନିୟନ ଓ ଓଡିଶା କୃଷକ ସଭା ପକ୍ଷରୁ ମିଳିତ ଭାବେ ଜନ ବିରୋଧୀ କେନ୍ଦ୍ରୀୟ ବଜେଟକୁ ବିରୋଧ କରି ପ୍ରତିବାଦ କରିଛନ୍ତି।କ୍ଷେତମଜଦୁର ୟୁନିୟନର ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଦ୍ୱାରା ଆଗତ ବଜେଟରେ କୃଷକ ଓ କୃଷି ଶ୍ରମିକ ମାନଙ୍କୁ ପ୍ରତାରଣା କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୪୦% ବଜେଟ କାଟି ଦିଆଯାଇଥିବା ସ୍ଥଳେ କୃଷକ ମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇ ନାହିଁ। ବେକାରୀ ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ପାଇଁ କୌଣସି ବ୍ୟୟ ବରାଦ ନାହିଁ। ଏହି ବଜେଟରେ କର୍ପୋରେଟ ଟିକସକୁ କୋହଳ କରା ଯାଇଛି ବୋଲି ବକ୍ତା ମାନେ ଅଭିଯୋଗ କରି ଏପରି ଏକ ଜନ ବିରୋଧୀ ବଜେଟକୁ ପ୍ରତ୍ୟାହାର କରିବାକୁ ଆହ୍ୱାନ ଦିଆଯାଇଛି।ଓଡିଶା କୃଷକ ସଭାର ରାଜ୍ୟ ସହସମ୍ଫାଦକ ବିକାଶ ନାଥ, କ୍ଷେତମଜଦୁର ୟୁନିୟନର ଜିଲ୍ଲା ସମ୍ପାଦକ ଗିରିଧାରୀ ନାଥ, କିଷାନ ସଭା ଭଦ୍ରକ ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ତିହିଡି ଅଂଚଳର ନେତା ବିଷ୍ଣୁ ଦାସ, ଚାନ୍ଦବାଲି ବ୍ଲକ ନେତା ମଳୟ ଭୋଇ ବକ୍ତବ୍ୟ ପ୍ରଦାନ କରି ବିଜେପିର ଜନ ବିରୋଧୀ ବଜେଟକୁ ତୀବ୍ର ସମାଲୋଚନା କରିଥିଲେ। ସାଥି ପ୍ରଭାତ ଶୁଭଦର୍ଶନ ନାୟକ, ମୂଲିଆ ନେତା ଚକ୍ରଧର ଦାସ ଅନୁଶୟା ଘଡେଇ, ବୀଣାପାଣି ରାଉତ, କର୍ମଚାରୀ ନେତା ନବ କିଶୋର ବେହେରା, କ୍ଷେତ ମଜଦୁର ୟୁନିୟନର ଜିଲ୍ଲା କମିଟି ସଭ୍ୟ ସୁରେନ୍ଦ୍ର କୁମାର ନାୟକ ଆଦି ଏହି ପ୍ରତିବାଦ ସଭାରେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.