Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମିକ ଚାଲାଣ ଅଭିଯୋଗରେ ଥାନାରେ ବସ ଅଟକ

ଶିଶୁ ଶ୍ରମିକ ଚାଲାଣ ଅଭିଯୋଗରେ ଥାନାରେ ବସ ଅଟକ

40

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଧାମନଗର ଥାନା ଅଞ୍ଚଳର ୧୬ନମ୍ବର ଜାତୀୟ ରାଜପଥର କହରାପୋଖରୀ ଠାରେ ଏକ ଘରୋଇ ବସ ୮୩ଜଣ ଶିଶୁ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଅଭିଯୋଗରେ ପୋଲିସ ଥାନାରେ ବସକୁ ଅଟକରଖି ପଚରାଉଚରା କରି ବସଟିକୁ ଛାଡ଼ିଦେଇଛି । ଘଟଣାରୁ ପ୍ରକାଶଯେ ଆଜି ଜାତୀୟ ରାଜପଥ ପେଟ୍ରୋଲିଂ ଅଫିସର ଭୀମସେନ ସାହୁ ପେଟ୍ରୋଲିଂ କରୁଥିବାବେଳେ ପିୱାଇ ୦୧ଏପି ୪୧୯୯ ନାମକ ଏକ ଘରୋଇ ବସ ୮୩ଜଣ ଶ୍ରମିକକୁ ନେଇ ଜାଉଥିବାବେଳେ ତାଙ୍କର ସନ୍ଦେହ ହେବାରୁ ଜିଲ୍ଲା ଶିଶୁ ଶ୍ରମିକ ଅଧିକାରୀଙ୍କୁ ଖବର ଦେବାସହିତ ଧାମନଗର ପୋଲିସକୁ ଖବର ଦେଇଥିଲେ । ଖବରପାଇ ଧାମନଗର ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ଉକ୍ତ ବସଟିକୁ ଥାନାକୁ ଆଣିଥିଲେ । ତେବେ ବସରେ ଥିବା ଶ୍ରମିକ ମାନଙ୍କର ଆଧାର କାର୍ଡ଼କୁ ଯାଞ୍ଚ କରିବାପରେ ସେମାନଙ୍କର ବୟସ ୧୮ବର୍ଷରୁ ଉର୍ଦ୍ଧ୍ୱ ହୋଇଥିôବାର ଦେଖିବାକୁ ମିଳିଥିଲା । ତେବେ ଲକଡ଼ାଉନ୍ ସମୟରେ କୌଣସି କାମଧନ୍ଦା ମିଳୁନଥିବାରୁ ସେମାନେ ପେଟ ଓ ପରିବାର ପୋଷଣ ପାଇଁ ନିଜ ଇଛାରେ ବାହାର ରାଜ୍ୟ ତଥା ତାମିଲନାଡ଼ୁକୁ କାମ କରିବାକୁ ଜାଉଛନ୍ତିବୋଲି ଶ୍ରମିକ ମାନେ ଥାନାଅଧିକାରୀଙ୍କୁ କହିବାପରେ ସେମାନଙ୍କୁ ଛାଡ଼ିଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.