Home ଜିଲ୍ଲା ପରିକ୍ରମା କରୋନାର ସୁଯୋଗ ନେଇ ପାର୍ଶଲ ଆଳରେ ଠକୁଛନ୍ତି ଲୁଟେରାମାନେ

କରୋନାର ସୁଯୋଗ ନେଇ ପାର୍ଶଲ ଆଳରେ ଠକୁଛନ୍ତି ଲୁଟେରାମାନେ

119

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀର ସୁଯୋଗନେଇ ଜିବନ ଜିବିକା ତଥା ବଞ୍ଚିବା ପାଇଁ ଲୋକମାନେ ଅନେକ ଫନ୍ଦା ତିଆରି କରୁଥିବାବେଳେ ଏହି ସୁଯୋଗରେ ଦଳାଲ, ଠକ ଓ ବେକାରିମାନେ ବିଭିନ୍ନ ଆଳରେ ଲୋକମାନଙ୍କୁ ଠକାଇ ଟଙ୍କା ଲୁଟିବାରେ ଲାଗିଛନ୍ତି । ଏପରି ଏକ ଘଟଣା ଖୋଦ୍‌ଜଣେ ସମାଜସେବୀ ଓ ସାମ୍ବାଦିକ ଏହି ଠକରେ ସ୍ୱୀକାର ହୋଇଛନ୍ତି । ପ୍ରକାଶ ଥାଉକି କିଛିଦିନତଳେ ଭଦ୍ରକ ଜିଲ୍ଳାର ଧାମନଗର ଥାନା ଅଂଚଳର ଦୋବଲ ନିକଟସ୍ଥ ଖଡ଼ିପଦା ପଂଚାୟତର କାଞ୍ଜିଆପାଳ ଗ୍ରାମର ମଦନମୋହନ ଦାସଏହି ଠକେଇରେ ସ୍ୱୀକାର ହୋଇଛନ୍ତି । ବାହାରଦେଶ ୟୁକେ(ଇଂଲଣ୍ଡ) ଏକ ମେସେଜ ଶ୍ରୀ ଦାସଙ୍କ ମୋବାଇଲକୁ ଆସିଥିଲା । ଏଥିରେ ଦେଢଲକ୍ଷଟଙ୍କା ପଠାନ୍ତୁ ଆପଣଙ୍କୁ ୫ଲକ୍ଷଟଙ୍କାର ଲାପଟପ, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଯିବ ଏବଂ ଏଥିପାଇଁ ଅଗ୍ରିମ ୮ହଜାର ଟଙ୍କା ପଠାନ୍ତୁ । ଅଳ୍ପ ଟଙ୍କାରେ ବେଶି ଧନ ମିଳିବା ଆଶାରେ ଶ୍ରୀଦାସ ୮ହଜାର ଟଙ୍କା ପଠାଇବା ପରେ ଉକ୍ତ ଠକ ସଂସ୍ଥା ତା’ପରେ ମେସେଜ ଦେଲେ ଆପଣଙ୍କୁ ୮୫ହଜାର ଟଙ୍କା ଦେବାପାଇଁ ମେସେଜ ଦିଆଯାଇଥିଲା । ଆପଣ ୮ହଜାରଟଙ୍କା କାହିଁକି ପଠାଇଲେ ବୋଲି ମେସେଜ ଆସିବାପରେ ଶ୍ରୀଦାସ ଅବଶିଷ୍ଟ ଟଙ୍କା ମଧ୍ୟ ପଠାଇଥିଲେ । ମାତ୍ର ୮୫ହଜାର ଟଙ୍କା ପଠାଇବା ପରେ ଉକ୍ତ ଠକସଂସ୍ଥାର କର୍ମଚାରୀମାନେ ଆଉ ଫୋନ୍ ଧରିନଥିଲେ । ନିରୁପାୟ ହୋଇ ଶ୍ରୀଦାସ ଉକ୍ତ ଘଟଣା ସମ୍ପର୍କରେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅନେକ ଠକ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଜମାଇ ଲୋକମାନଙ୍କୁ ଠକୁଥିବାର ଦେଖିବାକୁ ମିଳିଛି ଏବଂ ଏପରି ଠକାମିରେ କେହି ସ୍ୱୀକାର ନହୁଅନ୍ତୁବୋଲି ଶ୍ରୀ ଦାସ ସେଥିପାଇଁ ସତର୍କ ଓ ସଚେତନ ରୁହନ୍ତୁବୋଲି ଶ୍ରୀ ଦାସ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.