Home ଜିଲ୍ଲା ପରିକ୍ରମା ଶିଶୁ ମନ୍ଦିରରେ ବିଦ୍ୟୁତ ପରିଷଦ ଆଲୋଚନା ଚକ୍ର

ଶିଶୁ ମନ୍ଦିରରେ ବିଦ୍ୟୁତ ପରିଷଦ ଆଲୋଚନା ଚକ୍ର

34

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୂଆବଜାର, ଭଦ୍ରକରେ ବିଦ୍ୟା ଭାରତୀ, ଶିକ୍ଷାବିକାଶ ସମିତି, ଓଡ଼ିଶା, ଆନୁକୂଲ୍ୟରେ ଆୟୋଜିତ ସମ୍ଭାଗ ସ୍ତରୀୟ ବିଦ୍ୱତ୍ ପରିଷଦ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଭଦ୍ରକ ଜିଲ୍ଲାର ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ ପୂର୍ବୋତ୍ତର ସମ୍ଭାଗର ସଭାପତି ମାନ୍ୟ ଅମୂଲ୍ୟ ପ୍ରସାଦ ନାୟକ ମହୋଦୟ । ସମ୍ଭାଗ ବିଦ୍ୱତ୍ ପରିଷଦର ସଭାପତି ମାନ୍ୟ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି “ରାଷ୍ଟ୍ରୀୟ ଶିକ୍ଷାନୀତିରେ ଶିକ୍ଷକ ଓ ଅଭିଭାବକ ମାନଙ୍କର ଭୂମିକା” ସମ୍ବନ୍ଧରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରି ଚାଇଲ୍ଡ ଓରିଏଣ୍ଟେସନ ଏଜ୍ୟୁକେସନ କୁ ଗୁରୁତ୍ୱ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ଉପସ୍ଥିତ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ପୂର୍ବୋତ୍ତର ସମ୍ଭାଗର ସମ୍ଭାଗ ସଂଯୋଜକ ବିଭୁତି ଭୂଷଣ ପାଇକରାୟ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବାବେଳେ ବିଦ୍ୟାଳୟର ସଭାପତି ହୃଷିକେଶ ପଣ୍ଡା ଉପସ୍ଥିତ ସୁଧୀବୃନ୍ଦମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୩୬ଜଣ ବିଦ୍ୱାନମାନଙ୍କ ସମେତ ଭଦ୍ରକ ବିଭାଗର ବିଭାଗ ନୀରୀକ୍ଷକ ମାନ୍ୟ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ । ସୁଧୀର କୁମାର ମହନ୍ତ, ପ୍ରଧାନ ଆଚାର୍ଯ୍ୟ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତଥା ସମ୍ଭାଗ ବିଦ୍ୱତ ପରିଷଦ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସାହାଯ୍ୟ କରିଥିଲେ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟା ସୁଶ୍ରୀ ଜୟନ୍ତୀ ମହାନ୍ତି ଓ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ଭାଇଭଉଣୀମାନେ । ସମସ୍ତ କାର୍ଯ୍ୟକ୍ରମ ଶିକ୍ଷା ବିକାଶ ସମିତି ଯୋଜନାର ତଥା ସରସ୍ୱତୀ ଶିଶୁ ମନ୍ଦିରର ବିଧିମତେ କ୍ରିୟାନୂୟନ ହୋଇଥିଲା । ଏତଦ୍ ବ୍ୟତୀତ ଋବକ୍ସକ୍ଷଚ୍ଚ ମଷସକ୍ଷୟ ମବକ୍ସର ରୟଙ୍କମବଗ୍ଧସକ୍ଟଦ୍ଭ ସମ୍ବନ୍ଧୀୟ ଏକ କର୍ମଶାଳା ତଥା ଆଲୋଚନା ଚକ୍ରର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ମଧ୍ୟ ଆଜିର ଦିନରେ ଆୟୋଜିତ ହୋଇଥିଲେ । ଏହି କର୍ମଶାଳାରେ ଶିକ୍ଷାବିକାଶ ସମିତିର ପ୍ରାନ୍ତ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ମାନ୍ୟ ପ୍ରଦୀପ କୁମାର ମଲ୍ଲିକ, ପୂର୍ବୋତ୍ତର ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ମାନ୍ୟ ପ୍ରଦୀପ କୁମାର ମଲ୍ଲିକ, ପୂର୍ବୋତ୍ତର ସମ୍ଭାଗ ଶିଶୁବାଟିକା ସଂଯୋଜକ ନାରାୟଣ ପାଣିଗ୍ରାହୀ, ସରୋଜ କୁମାର ଓଝା, ରତିକାନ୍ତ ଆଚାର୍ଯ୍ୟ ଓ ଲକ୍ଷ୍ମୀପ୍ରିୟା ସାହୁ ମଞ୍ଚାସୀନ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ୩୦ଜଣ ବାଲ୍ୟଶିକ୍ଷା ମନୋବିଜ୍ଞାନଙ୍କ ଉପସ୍ଥିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.