Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଚରମ୍ପା ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

13

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ଜନତା ସେବା କେନ୍ଦ୍ର ଗୃହରେ ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ୨୦୨୨ ଓ ୨୦୨୩ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ବୈଠକର ପ୍ରାରମ୍ଭରେ ସି ଡି ଏସ ବିପିନ ରାୱତ ଓ ସହିଦ ହୋଇଥିବା ସମସ୍ତ ସହଯୋଗୀଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଗଲା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାପତି ଗଗନ ବିହାରୀ ରାଉତ, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, ଉପସଭାପତି ସୁରେନ୍ଦ୍ର ଚନ୍ଦ୍ର ମଲ୍ଲିକ, ଯୁଗ୍ମସମ୍ପାଦକ କଳାକାର ମିଶ୍ର, ସହସମ୍ପାଦକ ଜଗବନ୍ଧୁ ମହାନ୍ତି, ଉପଦେଷ୍ଟା ମଣ୍ଡଳୀ ପଦ୍ମଲୋଚନ ମହାଳିକ,ବିଶ୍ୱନାଥ ଅଗ୍ରୱାଲ,ଭାଗିରଥି ବେହେରା, କ୍ଷିତୀଶ ଚନ୍ଦ୍ର ରାଉତ,କାର୍ଯ୍ୟକାରିଣୀ ସଭ୍ୟ ନରସିଂହ ମିଶ୍ର, ଉଦୟନାଥ ବାରିକ, ବିଜୟ କୁମାର ସେନାପତି, ଗଣପତି ପାଣିଗ୍ରାହୀ, ବସନ୍ତ କୁମାର ପାତ୍ର,ବରଦା ପ୍ରସନ୍ନ ପଣ୍ଡା,ନରେନ୍ଦ୍ର ପଟ୍ଟନାୟକ,ବିଶ୍ୱନାଥ ବେହେରା, ଦୀନବନ୍ଧୁ ମହାରଣା, ଉପେନ୍ଦ୍ର ପ୍ରସାଦ ରାଉତ ମନୋନୀତ ହୋଇଛନ୍ତି ।

ସଭ୍ୟ ଭାବେ ସନାତନ ଜେନା, ଦାଶରଥି ବେହେରା,ସୁଦର୍ଶନ ସାହୁ, ବିଶ୍ୱନାଥ ପାଢ଼ୀ, ରବିନାରାୟଣ ପଣ୍ଡା,ରମେଶ ଚନ୍ଦ୍ର ଦାଶ,ଶଙ୍କର୍ଷଣ ସାହୁ,ମଥୁରା ମୋହନ ନାୟକ,ପ୍ରାଣବନ୍ଧୁ ସାମନ୍ତ, ଶ୍ରୀନିବାସ ବେହେରା, ଦେବେନ୍ଦ୍ର ନାଥ ବାରିକ କର୍ମକର୍ତ୍ତା ଭାବେ ମନୋନୀତ ହୋଇଥିଲେ । ଉପସ୍ଥିତ ସଦସ୍ୟମାନେ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ପାରିବାରିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ସମ୍ପାଦକ ଶ୍ରୀ ମହାପାତ୍ର ସଭ୍ୟ ମାନଙ୍କୁ ଅବଗତ କରିଥିଲେକି ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ଟୋଲ ଫ୍ରି ନମ୍ବର ୧ ୪ ୫ ୬ ୭ରେ କଲ କରି ସମସ୍ତ ସମସ୍ୟା ଜଣାଇଲେ ତାହା ୪୮ଘଣ୍ଟା ମଧ୍ୟରେ ସରକାର ସମାଧାନ କରିବାକୁ ଯତ୍ନବାନ ହେବେ । ଆଗାମୀ ଜାନୁଆରୀ ୨୦୨୨ମସିହାରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଚରମ୍ପା ଓ ପାର୍ଶ୍ୱବର୍ତ୍ତୀ ଅଂଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ରୋଗ ନିରୂପଣ କରି ସ୍ଥାୟୀ ଚିକିତ୍ସା କରିବାକୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ସର୍ବଶେଷରେ ବରିଷ୍ଠ ସଭ୍ୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ବିଶ୍ୱନାଥ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ସଂଘର ସମସ୍ତ ସଦସ୍ୟ ୨୦୨୨ନୂତନ ବର୍ଷରେ ସୁସ୍ଥ ଓ ନିରୋଗ ରୁହନ୍ତୁ ବୋଲି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.