Home ଜିଲ୍ଲା ପରିକ୍ରମା କ୍ଲଷ୍ଟରସ୍ତରୀୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ

କ୍ଲଷ୍ଟରସ୍ତରୀୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ

31

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମହୁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ସଭାପତିତ୍ୱ କରିଥିଲେ । ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନଙ୍କ ଲିଖନ, ପଠନ, ସଂଖ୍ୟାଗଣନା, ମୌଳିକ ସାକ୍ଷରତା ଓ ମାତୃଭାଷାରେ ଦକ୍ଷତା ଅଭିବୃଦ୍ଧି ପାଇଁ ଶିକ୍ଷକମାନେ ନିରନ୍ତର ଭାବେ ପିଲାମାନଙ୍କ ଘର ପରିଦର୍ଶନ କରିବେ ଓ ଶିକ୍ଷଣସ୍ତରରେ ଆଶାନୁରୂପ ଉନ୍ନତି ପାଇଁ ପ୍ରୟାସ କରିବେ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ପ୍ରକାଶିତ ୩୪ଟି ପୁସ୍ତକଗୁଡିକୁ ପର୍ଯ୍ୟାୟ କ୍ରମେ ପିଲାମାନଙ୍କ ନିକଟରେ ପହଞ୍ଚାଇବା ସହ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବେ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅବନ୍ତି ନାୟକ, ରମେଶ ଚନ୍ଦ୍ର ବିଶ୍ୱାଳ, ମଞ୍ଜିଷ୍ଠା ମିଶ୍ର, ପ୍ରଦୀପ ମହାକୁଡ, ଆରତୀ ରାଉତ, ସବିତା ଜେନା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଅଜୟ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.