Home ଜିଲ୍ଲା ପରିକ୍ରମା ଶିଶୁ ପାଇଁ ଦିନଟିଏ ଶୀର୍ଷକ ସମୀକ୍ଷା ବୈଠକ

ଶିଶୁ ପାଇଁ ଦିନଟିଏ ଶୀର୍ଷକ ସମୀକ୍ଷା ବୈଠକ

42

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ସାଳନ୍ଦୀ ସଭାଗୃହ ପରିସରରେ ଶିଶୁପାଇଁ ଦିନଟିଏ ଶୀର୍ଷକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶାନ୍ତୁନୁ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସରୋଜନ କୁମାର ଦତ୍ତଙ୍କ ସମେତ ଶିଶୁମଂଗଳ କମିଟି ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ବାଲ୍ୟବିବାହ, ଶିଶୁ ଶ୍ରମିକ, ଅଧାରୁ ପାଠପଢ଼ା ଛାଡ଼ିଥିବା ଶିଶୁ ସମେତ ବିପନ୍ନ ପରିସ୍ଥିତିରୁ ଶିଶୁଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ତୁଣମୂଳ ସ୍ତରରୁ ପ୍ରତି ଗ୍ରାମରେ ଶିଶୁ ସୁରକ୍ଷା କମିଟି ମାନ ଗଠନ କରି ପରିବାରକୁ ସଚେତନ କରିବା ସହ ପ୍ରତ୍ୟେକ ପିଲା ବିଦ୍ୟାଳୟ ମୁଖୀ ହେବା, ବାଲ୍ୟବିବାହ ଭଳି କୁତ୍ସିତ ପ୍ରଥାକୁ ବନ୍ଦ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଆଶୀର୍ବାଦ, ବିଜୁ ଶିଶୁ ସୁରକ୍ଷା ଯୋଜନା, ପୃଷ୍ଠପୋଷକତା ଭଳି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ତଥ୍ୟ ପ୍ରଦାନ କରିଥିଲେ ।

ଜିଲ୍ଲା ବାଲ୍ୟବିବାହ ସଂଯୋଜକ ଅସୀମ ଅମିତାଭ ଦାସ ଜିଲ୍ଲାରେ ୦୬ ଗୋଟି ବାଲ୍ୟବିବାହ ରଦ୍ଦ କରିବା ସହ ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷାରେ ନିୟୋଜନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ତତ୍‌ସହିତ ବିଭିନ୍ନ ଦେବାଳୟ, ଧର୍ମାନୁଷ୍ଠାନମାନଙ୍କରେ ବାଲ୍ୟବିବାହ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ପୋଷ୍ଠର ବା କାନ୍ଥରେ ଲିପିବଦ୍ଧ କରିବାପାଇଁ ବୈଠକରେ ସ୍ଥିର ହୋଇଥିଲା । ଅତିରିକ୍ତ ଶିକ୍ଷାଧିକାରୀଙ୍କ ତଥ୍ୟ ଅନୁଯାୟୀ ବହୁ ଶିଶୁ ଅଧାରୁ ପାଠପଢ଼ା ଛାଡ଼ି ଶିଶୁ ଶ୍ରମିକ, ନିର୍ଯ୍ୟାତିତ ହେଉଛନ୍ତି । ପୁନଶ୍ଚ ସେମାନଙ୍କୁ ବିଦ୍ୟାଳୟ ଫେରିବା ବା ଧନ୍ଦାମୂଳକ ଶିକ୍ଷାରେ ପୁନଃ ନିବେଶ ପାଇଁ ଚେଷ୍ଠିତ ହେବାପାଇଁ ଅତିରିକ୍ତ ଜିଲ୍ଲାପାଳ ମତ ପ୍ରଦାନ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ତ୍ୱରିତସେବା ପାଇଁ ସମସ୍ତ ଅଂଶୀଦାର ପ୍ରମୂଖ ଶିଶୁମାନଙ୍କ ପାଇଁ ତତ୍ପର ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ଏହି ଆଲୋଚନା ତଥା ସମୀକ୍ଷା ବୈଠକରେ ଶ୍ରମବିଭାଗ, ଶିଶୁସୁରକ୍ଷା ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, ପୋଲିସ୍ ପ୍ରମୂଖ ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ବିଭାଗର ବିଶ୍ୱନାରାୟଣ ପଣ୍ଡା, ବନମାଳୀ ଯେନା, ସ୍ୱାଗତିକା ବାରିକ, ମହେଶ ଚନ୍ଦ୍ର ଦାଶ, ଧୀରଜ ବାରିକ, ଦମୟନ୍ତୀ ଦାସ, ଚିନ୍ମୟ ପଣ୍ଡା ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ ପ୍ରେେବେସନ ଅଧିକାରୀ ସୁବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.