Home ଜିଲ୍ଲା ପରିକ୍ରମା ଉଦ୍ଦିଷ୍ଟ ଥିବା ସରକାରୀ ଯୋଜନା ସଂପର୍କରେ ସଚେତନତା ଶିବିର

ଉଦ୍ଦିଷ୍ଟ ଥିବା ସରକାରୀ ଯୋଜନା ସଂପର୍କରେ ସଚେତନତା ଶିବିର

30

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଅଣ ସଂଗଠିତ ଶ୍ରମିକଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ସରକାରୀ ଯୋଜନା ସଂପର୍କରେ ସଚେତନତା ଶିବିର ରାନ୍ଦିଆ ପଞ୍ଚାୟତ ଅଫିସଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହ ସେମାନେ କିପରି ସରକାରୀ ଯୋଜନାରେ ସାମିଲ ହୋଇ ପାରିବେ ତଥା ସେମାନେ ସେଥିରୁ ଉପକୃତ ହୋଇପାରିବେ ସେ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ସଚ୍ଚିଦାନନ୍ଦ ଜେନା, ମଣ୍ଡଳ ଶ୍ରମ ଆୟୁକ୍ତ, ଭଦ୍ରକ, ତାପସ୍ କୁମାର ମହାନ୍ତି, ଶ୍ରୀ ରାଜିବ୍ କୁମାର ବାରିକ୍‌, ଶ୍ରୀ କାହ୍ନୁଚରଣ ବାରିକ, ପ୍ୟାନେଲ ଓକିଲ ଋଣ ତଥା ଶ୍ରୀ ସନ୍ତୋଷ କୁମାର ନାୟକ, ଓକିଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.