Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ପଂଚାୟତରେ ନିର୍ମାଣଧୀନ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକୁ ନେଇ ଜନଅସନ୍ତୋଷ, କାର୍ଯ୍ୟ ସମୟରେ କନିଷ୍ଠଯନ୍ତ୍ରୀଙ୍କ ଅନୁପସ୍ଥିତ...

ଦୋସିଙ୍ଗା ପଂଚାୟତରେ ନିର୍ମାଣଧୀନ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକୁ ନେଇ ଜନଅସନ୍ତୋଷ, କାର୍ଯ୍ୟ ସମୟରେ କନିଷ୍ଠଯନ୍ତ୍ରୀଙ୍କ ଅନୁପସ୍ଥିତ ଠିକାଦାରକୁ ସୁହାଉଛି, ଲୁହା ରଡର ମୋଟେଇ ଏବଂ ପାଇଲିଂ କାର୍ଯର୍୍ୟ କାର୍ଯ୍ୟାଦେଶନୁଯାୟୀ ହେଉ ନଥିବା ସହ ସୁଚନା ଫଳକ ମଧ୍ୟ ନଥିବା ଅଭିଯୋଗ

28

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଚାଲିଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣଧୀନ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଅଂଚଳବାସୀ ଉଦ୍ୟମ କରୁଥିବା ବେଳେ ଏହି କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ଦେଖାଯାଉଛି । ମିଳିଥିବା ଖବରରୁ ଜଣାଯାଇଛି ଦୋସିଙ୍ଗା ପଂଚାୟତରେ ୧୫ସ୍କୋୟାର ଫୁଟରେ ୨୫ଲକ୍ଷ ବ୍ୟୟ ଅଟକଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଚାନ୍ଦବାଲି ବ୍ଲକ ଅଧିନରେ ହେଉଥିବା ବେଳେ ଏହାର ସମସ୍ତ ଦାୟିତ୍ୱ ବ୍ଲକରେ ଥିବା କନିଷ୍ଠଯନ୍ତ୍ରୀ ବିଶ୍ୱନାଥ ଦାସ ତୁଲାଇବାକୁ ବିଡିଓ ନିର୍ଦେଶ ଦେଇଛନ୍ତି । ମାତ୍ର ଏହି କାର୍ଯ୍ୟ ଆରମ୍ଭରୁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହି କାର୍ଯ୍ୟ କୁ ତଦାରଖ କରିବାକୁ ଆସୁନାହାନ୍ତି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି । ଏହି କାର୍ଯ୍ୟର ଲେ ଆଉଟ ଠାରୁ ଆରମ୍ଭ କରି ସମସ୍ତ ମୁଖ୍ୟ କାର୍ଯ୍ୟ ସମୟରେ କନିଷ୍ଠଯନ୍ତ୍ରୀଙ୍କ ଉପସ୍ଥିତି ଜରୁରୀ ହୋଇ ପଡିଥିବା ବେଳେ କୌଣସି ମୁଖ୍ୟ କାର୍ଯ୍ୟ ସମୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କ ଅନୁପସ୍ଥିତ କେବଳ ସଂପୃକ୍ତ କାର୍ଯ୍ୟ କରୁଥିବା ଠିକାଦାରକୁ ସୁହାଉଛି ବୋଲି ମଧ୍ୟ ଅଂଚଳବାସୀ ଅଭିଯୋଗ ଆଣିଛନ୍ତି । ଯେଉଁ ଗଭୀରରୁ ଢଳେଇ ଏବଂ ପିଲାର ଉଠିବା କଥା ତାହା ସେହି ଅନୁସାରେ ହେଉ ନଥିବା ବେଳେ ଅଂଚଳବାସୀ ଏହି କାର୍ଯ୍ୟ ବନ୍ଦ କରି ଦେଇଥିଲେ ।ଏଥିସହ କାର୍ଯ୍ୟ ହେଉଥିବା ସ୍ଥାନରେ କୌଣସି ସୂଚନା ଫଳକ ମଧ୍ୟ ନଥିବା ଜଣାଯାଇଛି । ପରେ କନିଷ୍ଠଯନ୍ତ୍ରୀଙ୍କ ବଦଳରେ ସହକାରୀ ଯନ୍ତ୍ରୀ ଆସି କାର୍ଯ୍ୟର ତଦାରଖ କରିଥିବା ବେଳେ କାର୍ଯ୍ୟରେ ବହୁ ଅନିୟମିତତା ଲକ୍ଷ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।

କାର୍ଯ୍ୟାଦେଶ ଅନୁଯାୟୀ ସଠିକ ମୋଟେଇ ର ରଡ ପିଲାର କାର୍ଯ୍ୟରେ ବ୍ୟବହୃତ ହୋଇ ନଥିଲା ଏବଂ ଏହି କାର୍ଯ୍ୟ ନିମ୍ନ ମାନର ବୋଲି ଅଂଚଳବାସୀ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟକୁ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ଅନୁପସ୍ଥିତ କେବଳ ଠିକାଦାରକୁ ସୁହାଉଛି । କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର ସେହି ସ୍ଥାନକୁ ଆସୁନାହାନ୍ତି ଏବଂ ହୋଇଥିବା ସମସ୍ତ କାର୍ଯ୍ୟର ଠିକ ଭାବେ ତଦାରଖ ନ ହେଲେ ଆଗାମୀ ଦିନରେ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଏ ବାବଦରେ କନିଷ୍ଠଯନ୍ତ୍ରୀ ବିଶ୍ୱନାଥ ଦାସଙ୍କ ସହ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇ ପାରି ନଥିଲା । ଅନ୍ୟ ପକ୍ଷରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ରାଜନେତାଙ୍କ ଛତ୍ରଛାୟା ତଳେ ଅଛନ୍ତି ସେ କାହାରିଙ୍କ ଫୋନ ଗ୍ରହଣ କରନ୍ତି ନାହିଁ ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି । ସେହିପରି ସହକାରୀ ଯନ୍ତ୍ରୀ ମୃତ୍ୟୂଞୟ ତରାଇ ଏବଂ ବଦଳି ନିର୍ଦେଶ ପରେ ମଧ୍ୟ ବଦଳି ହୋଇ ନଥିବା ବିଡିଓ ଜ୍ୟୋତି ବିକାଶ ଦାସ ମଧ୍ୟ ଫୋନ ଗ୍ରହଣ କରି ନଥିଲେ । ଦିନକୁ ଦିନ ଦୋସିଙ୍ଗା ପଂଚାୟତରେ ଚାନ୍ଦବାଲି ପଂଚାୟତ ସମିତି ତରଫରୁ ବହୁ କାର୍ଯ୍ୟ ହେଉଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଏହି ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଠିକ ସମୟରେ ଆସୁ ନଥିବା ବେଳେ ଏହି ସମସ୍ତ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.