Home ଜିଲ୍ଲା ପରିକ୍ରମା ଶିଶୁ କିଶୋରୀ ଓ ମହିଳା ସଚେତନତା କାର୍ଯ୍ୟକ୍ରମ

ଶିଶୁ କିଶୋରୀ ଓ ମହିଳା ସଚେତନତା କାର୍ଯ୍ୟକ୍ରମ

46

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ତୃଣମୂଳସ୍ତରରେ ସଚେତନତା ଆବଶ୍ୟକତା ଦର୍ଶାଇ ଶିଶୁ, କିଶୋରୀ ଓ ମହିଳା ମାନଙ୍କ ସଚେତନତା ନିମନ୍ତେ କଣ୍ଟାବଣିଅ।। ସରକାରୀ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଏଲପିଓ ସୁବ୍ରତ ଦାସଙ୍କ ସଭିପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଅଙ୍ଗନୱାଡି ୱାର୍କର ତବସୁନ ନିଶା ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ମନୋରମା ବିଶ୍ୱାଳ, ଚାଲ୍ସଲାଇନର ଟିମ ମେମ୍ବର ପ୍ରଦୀପ୍ତ ପଣ୍ଡା, ସଂଯୁକ୍ତ ମହାଳିକ, ଅଙ୍ଗନୱାର୍ଡି ସହାୟିକା ରଜନା ବିବି ପ୍ରମୁଖ ଯୋଗଦେଇଥିଲେ। ଶିଶୁମାନଙ୍କ ପାଠପଢ଼ାରେ ନିବୃତ ନରଖିବା, ଅପ୍ରାପ୍ତ ବୟସରେ ବିବାହ କରିବା, ଅପରିଚିତ ବ୍ୟକ୍ତିଙ୍କର ପର୍ସ୍ପରେ ଆସି ଚାଲାଣର ଶୀକାର ନହେବା, ସହଜରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା, ଶିଶୁ ଶ୍ରମିକ ରୋକିବା ଇତ୍ୟାଦି ସମ୍ବନ୍ଧରେ ଆଇନୀଗତ ପ୍ରକ୍ରିୟା ଜାଣିବା ପାଇଁ ଆଲୋଚନା ହୋଇଥିଲା। ବହୁ ସଂଖ୍ୟାର ମହିଳା ଗୋଷ୍ଠୀ, କିଶୋରୀ ବାଳିକା, ଅଭିଭାବକ ଯୋଗଦାନ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦର୍ଶାଇ ସଭା ସାଙ୍ଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.