Home ଜିଲ୍ଲା ପରିକ୍ରମା ଓଡ଼ିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ, ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଓଡ଼ିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ, ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

104

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଶାଖା ପକ୍ଷରୁ ସହରର ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ଧାମନଗର ଉପନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି। ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଡ୍ରାଇଭରମାନଙ୍କର ପ୍ରାୟ ୫ ହଜାର ଭୋଟ୍ ଉପନିର୍ବାଚନ ଏବଂ ଓଡ଼ିଶା ସାରା କାର୍ଯ୍ୟ କରୁଥିବା ଡ୍ରାଇଭରମାନେ ସାଧାରଣ ନିର୍ବାଚନ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ଓଡ଼ିଶାରେ କାର୍ଯ୍ୟ କରୁଥିବା ଡ୍ରାଇଭରମାନେ ୧୦ ଦଫା ଦାବି ନେଇ ଗତବର୍ଷ ଅକ୍ଟୋବର ୨୧ ତାରିଖରେ ପଦଯାତ୍ରାରେ ବାହାରି ଗତବର୍ଷ ଅକ୍ଟୋବର ୨୯ ତାରିଖରେ ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ସରକାର ଡ୍ରାଇଭରମାନଙ୍କ ୧୦ ଦଫା ଦାବି ମଧ୍ୟରୁ ୫ ଦଫା ଦାବି ପୂରଣ ପାଇଁ ଗତବର୍ଷ ନଭେମ୍ବର ୧୬ ରେ ଘୋଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ପରେ ଏକ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ପୁନର୍ବାର ୩ ମାସ ମଧ୍ୟରେ ଡ୍ରାଇଭରମାନଙ୍କ ଦାବିଗୁଡିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ତାହା ପୂରଣ ହୋଇନାହିଁ। ତେଣୁ ବାଧ୍ୟହୋଇ ଏବେ ଧାମନଗର ଉପନିର୍ବାଚନ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ସହ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଛି। ଏବଂ ଏ ସଂପର୍କରେ ଡ୍ରାଇଭରମାନଙ୍କ ପକ୍ଷରୁ ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଧାମନଗର ଅଂଚଳରେ ଏକ ବିଶାଳ ବାଇକ୍ ରାଲି କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଦିଲ୍ଲୀପ ସାହୁ, ସଂପାଦକ ସୁଶାନ୍ତ ଜେନା, ଉପସଭାପତି ଜୀବନଜ୍ୟୋତି ଚାନ୍ଦ, ସହ ସଂପାଦକ ମନୋଜ ମହାପାତ୍ର, ଅପିସ୍ ସଂପାଦକ ସୁରେଶ ଦାସଙ୍କ ସହ ବହୁ ଡ୍ରାଇଭର ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.