Home ଜିଲ୍ଲା ପରିକ୍ରମା ବନ୍ଧୁ ପତ୍ନୀଙ୍କ ସହ ଅନୈତିକ ସଂପର୍କ ଭାଙ୍ଗିଲା ସୁନାର ସଂସାର, ଉପଯୁକ୍ତ ନ୍ୟାୟ ଦାବିରେ ଗିରଫ...

ବନ୍ଧୁ ପତ୍ନୀଙ୍କ ସହ ଅନୈତିକ ସଂପର୍କ ଭାଙ୍ଗିଲା ସୁନାର ସଂସାର, ଉପଯୁକ୍ତ ନ୍ୟାୟ ଦାବିରେ ଗିରଫ ପୁତ୍ରର ଉଦ୍ଧାର ପାଇଁ ମା’ ଏସ୍‌ପିଙ୍କ ଦ୍ୱାରସ୍ଥ

128

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ କୁଆଁସ ଗ୍ରାମନିବାସୀ ଅମୟ ଚନ୍ଦ୍ର ଦାସଙ୍କ ପତ୍ନୀ ବିଦ୍ୟୁତଲତା ସହରାଞ୍ଚଳ ଥାନା ଓ ସାବରଙ୍ଗ ଥାନା ପୁଲିସ୍‌ର ଅମାନବୀୟ କାର୍ଯ୍ୟ ବିରୁଦ୍ଧରେ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଆଜକୁ ୮ ବର୍ଷ ତଳେ ତାଙ୍କ ପୁତ୍ର ବିଶ୍ୱରଂଜନ ଇଚ୍ଛାପୁରସ୍ଥିତ ବରାଙ୍ଗ ଗ୍ରାମର ମନୋରଂଜନ ଦାସଙ୍କ କନ୍ୟା ଶୁଭଶ୍ରୀ ସୁକ୍ରିର୍ଷ୍ଣା (ସେଲି) ଙ୍କ ସହ ପ୍ରେମ ବିବାହ କରିଥିଲା। ତେବେ ତାଙ୍କ ସଂସାର ବେଶ୍ ହସଖୁସିରେ ଚାଲୁଥିବାବେଳେ ତାଙ୍କ ପୁତ୍ର ବିଶ୍ୱରଂଜନର ସାଙ୍ଗ କଦମବେଡା ନିବାସୀ ବିଜୟ ଦାସଙ୍କ ପୁତ୍ର ଚନ୍ଦନ ତାଙ୍କ ଘରକୁ ଯିବା ଆସିବା କରିବା ମଧ୍ୟରେ ତାଙ୍କ ପୁତ୍ରବଧୂ ସହ ଅନୈତିକ ସଂପର୍କ ରଖୁଥିଲା। ଚନ୍ଦନ ବିବାହିତ ଥାଇ ୬ ବର୍ଷ କନ୍ୟାର ପିତା ହୋଇ ଏଭଳି କୁକର୍ମ କରିବାରୁ ତାଙ୍କ ପରିବାର ତାଙ୍କୁ ବିରୋଧ କରିବା ସହ ବୋହୂର ପିତ୍ରାଳୟକୁ ଜଣାଇଥିଲେ। ମାତ୍ର ଏହି ଘଟଣାର କୌଣସି ସମାଧାନ ନହେବା ମଧ୍ୟରେ ତାଙ୍କ ପୁତ୍ର ଏକ ଦୁର୍ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ବୋହୂ ଶୁଭଶ୍ରୀ କୋର୍ଟରୁ ଏକତରଫା ଛାଡପତ୍ର କେଶ୍‌ର ଡିଗ୍ରୀ ନେଇଥିଲା।

ଏବଂ ତାଙ୍କ ପୁଅକୁ ବାରମ୍ବାର ଭରଣପୋଷଣର ଧମକ ଦେଉଥିଲା। ଏପରିକି ଚନ୍ଦନକୁ ଲଗାଇ ତାଙ୍କ ପୁତ୍ରକୁ ମାଡ ମାରିବା ସହ ଘରକୁ ଆସି ଧମକାଇ ମାଡ ମାରୁଥିଲା। ଏପରିକି ଟଙ୍କା ମଧ୍ୟ ମାଗୁଥିଲା। ଶୁଭଶ୍ରୀର କିଛି ସାଙ୍ଗ ତାଙ୍କ ପୁଅ ପାଖକୁ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପଠାଇଥିଲେ। ଏହି ଘଟଣା ବିରୁଦ୍ଧରେ ସେ ସହରାଞ୍ଚଳ ଥାନାରେ ଗତ ୯ ତାରିଖରେ ଏକ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ପୁଲିସ୍ କୌଣସି କଥା ବୁଝୁନଥିଲା। ଏ ସଂପର୍କରେ ଶୁଭଶ୍ରୀଙ୍କୁ ପଚାରିବାରୁ ସେ ମିଥ୍ୟା ଅଭିଯୋଗ କରିବାରୁ ସାବରଙ୍ଗ ପୁଲିସ୍ ଆସି ତାଙ୍କ ପୁତ୍ରକୁ ଘରୁ ଉଠାଇ ନେଇଛନ୍ତି।ଏଣୁ ଏହି ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ ଏକ ନିରପେକ୍ଷ ତଦନ୍ତ କରି ଅପରପକ୍ଷଙ୍କ ମୋବାଇଲ୍ ଯାଞ୍ଚ କରି ସେମାନେ କିଭଳି ଧମକାଇବା ସହ ମାଡ ମାରି ନିର୍ଯ୍ୟାତନା ଦେଉଛନ୍ତି, ତାହା ଜଣାପଡିବ ବୋଲି କହିଛନ୍ତି। ଏବଂ ଏହି ଘଟଣାରେ ପୁଲିସ୍ ଚନ୍ଦନ ଦାସର ପରିବାର ଓ ତାଙ୍କ ପତ୍ନୀଙ୍କୁ ପଚାରି ତଦନ୍ତ କଲେ ସମସ୍ତ ସତ୍ୟତା ପଦାକୁ ଆସିବା ସହ ତାଙ୍କ ପୁତ୍ର ଉପଯୁକ୍ତ ନ୍ୟାୟ ପାଇବ ବୋଲି ମା’ ବିଦ୍ୟୁତଲତା ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.