Home ଅପରାଧ ଶିଶୁ କନ୍ୟାଙ୍କୁ ବୃଦ୍ଧଙ୍କ ବଳାତ୍କାର ଉଦ୍ୟମ

ଶିଶୁ କନ୍ୟାଙ୍କୁ ବୃଦ୍ଧଙ୍କ ବଳାତ୍କାର ଉଦ୍ୟମ

90

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଆଗରପଡ଼ା ଥାନା ଅଂଚଳରେ ଜନୈକ ବୃଦ୍ଧ ପଡ଼ୋଶୀ ଘରର ଜନୈକା ୫ବର୍ଷ ଶିଶୁ କନ୍ୟାଙ୍କୁ ଏକୁଟିଆ ପାଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ପୋଲିସ୍ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ;ଶିଶୁ କନ୍ୟାଙ୍କ ମାଆ ପ୍ରେମ ବିବାହ କରିଥିବାରୁ ତାଙ୍କ ଶ୍ୱଶୁର ଘର ଲୋକେ ଏହାକୁ ନା ପସନ୍ଦ କରି ଏହି ମହିଳାଙ୍କୁ ନାନାଦି ନିର୍ଯ୍ୟାତନା ଦେଉଥିଲେ। ମହିଳାଙ୍କ ସ୍ୱାମୀ ବିଦେଶରେ ଚାକିରୀ କରିଥିବାରୁ ଏହି ଅଭିଯୁକ୍ତ ବୃଦ୍ଧ ମହିଳାଙ୍କ ଘରକୁ ବାରମ୍ବାର ଯିବା ଆସିବା କରିଥାନ୍ତି। ଘଟଣା ଦିନ ଶିଶୁ କନ୍ୟା ଅଭିଯୁକ୍ତ ଘର ଠାକୁରଙ୍କୁ ଜୁହାର ହେବାକୁ ଯାଇଥିଲେ। ବୃଦ୍ଧ ଏକୁଟିଆ ସୁଯୋଗ ପାଇ ଶିଶୁ କନ୍ୟାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ଥାନାରେ ତାଙ୍କ ମାଆ ଅଭିଯୋଗ କରିଥିଲେ। ପୋଲିସ୍ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.