Home ଜିଲ୍ଲା ପରିକ୍ରମା ଶିକ୍ଷକ ନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ପ୍ରତିମୁର୍ତ୍ତି ଉନ୍ମୋଚନ

ଶିକ୍ଷକ ନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ପ୍ରତିମୁର୍ତ୍ତି ଉନ୍ମୋଚନ

38

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ଜାହାଙ୍ଗିର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକନେତା ସ୍ୱର୍ଗତ ଉମାକାନ୍ତ ରାଉତଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କର ପ୍ରତିମୂର୍ତ୍ତିକୁ ବିଧାୟକ ବିଷ୍ଣୁ ସେଠୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ, ସରପଂଚ ବିରେନ୍ଦ୍ର ବାରିକ, ପ୍ରଧାନଶିକ୍ଷକ ତପନ କୁମାର ଦ୍ୱିବେଦୀ, ଶିକ୍ଷକନେତା ଗୌରାଙ୍ଗ ବାରିକ, ବିପିନ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ସ୍ମୃତି ସଭାରେ ସମାଜସେବୀ ନାରାୟଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପିନେତା ଅଶୋକ କୁମାର ପୁହାଣ, ସମାଜସେବୀ ଅଲେଖ ନାୟକ, ରଙ୍ଗାଧର ଘଡ଼ାଇ, ଯୁଧିଷ୍ଟିର ପଣ୍ଡା, ଜଗନ୍ନାଥ ମଲ୍ଲିକ, ସୁଧିର ମହାନ୍ତି, ତପନ ଦ୍ୱିବେଦୀ, ରୋହିତ ଜେନା, ରାଜକିଶୋର ମହାପାତ୍ର, ପ୍ରଜ୍ଞା ପରମିତା ଜେନା, ଚିତ୍ରଭାନୁ ଦାସ, ଆଇନ୍‌ଜୀବୀ ଦେବାଶିଷ ସାମଲ, ରଣଜିତ୍ ମହାନ୍ତି, ନିରାକାର ଧଳ, ହେମେନ୍ଦ୍ର ମହାନ୍ତି, ରମେଶ ବେହେରା, ମାନସ ସାହୁ, ସାମ୍ବାଦିକ ଦୀନବନ୍ଧୁ ଦାଶ, ପ୍ରଦୀପ କୁମାର ମହାପାତ୍ର, ବୈକୁଣ୍ଠନାଥ ସାହୁ, ସୁଧାକର ଦାଶ, ସରୋଜ କୁମାର ସେଠୀ, ରବିନ୍ଦ୍ର କୁମାର ବେହୁରିଆ, ସନ୍ତୋଷ ଦାସ ଅଧିକାରୀ, ରାଜେନ୍ଦ୍ର ଖୁଣ୍ଟିଆ, ଅଭିମନ୍ୟୁ ମଲ୍ଲିକ, କାହ୍ନଚରଣ ପାଣିଗ୍ରାହୀ, ଅଶୋକ କୁମାର ରାଉତ, ରାମଚନ୍ଦ୍ର ମିଶ୍ର, ଅରବିନ୍ଦ ପତି, ରାଧାଶ୍ୟାମ ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କର ସ୍ମୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.