Home ଓଡ଼ିଶା ଶିରିଡ଼ି ସାଇ ବୁଲିବାକୁ ଯାଇ ନିଖୋଜଥିବା ବ୍ୟକ୍ତିଙ୍କ ଶବ ମିଳିଲା : ସନ୍ଦେହ ଘେରରେ ବୁଲାଇବାକୁ...

ଶିରିଡ଼ି ସାଇ ବୁଲିବାକୁ ଯାଇ ନିଖୋଜଥିବା ବ୍ୟକ୍ତିଙ୍କ ଶବ ମିଳିଲା : ସନ୍ଦେହ ଘେରରେ ବୁଲାଇବାକୁ ନେଇଥିବା ସଂସ୍ଥା

40

କେନ୍ଦ୍ରାପଡ଼ା, ୨ା୧ (ଓଡ଼ିଆ ପୁଅ) : ଶିରିଡି ସାଇ ବୁଲିବାକୁ ଯାଇଥିବା କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ମଧୁସୂଦନ ରାଉତ(୬୦)ଙ୍କ ଶବ ଆଜି ମିଳିଥିବା ସୂଚନା ମିଳିଛି। ମଧୁସୂଦନ ଯେଉଁ ହୋଟେଲ ନିକଟରେ ରହୁଥିଲେ ସେଠାରୁ କିଛି ବାଟ ଦୂରରେ ଥିବା ଏକ ବଣରୁ ତାଙ୍କ ମୃତଦେହ ମିଳିଛି। ମହାରାଷ୍ଟ୍ର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପରିବାର ଲୋକଙ୍କୁ କହିଛି। ଖବର ପାଇ ପରିବାର ଲୋକେ ଶିରିଡି ଯାଇଛନ୍ତି। ଗତ ବର୍ଷ ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାର ଏକ ବ୍ୟବସାୟିକ ସଂସ୍ଥା ୪୦ ଜଣ ବରିଷ୍ଠ ନାଗରିକଙ୍କୁ ଶିରିଡି ବୁଲାଇବାକୁ ନେଇଥିଲା। ୨୨ ତାରିଖ ସନ୍ଧ୍ୟାରେ ସେ ପରିବାର ସହ କଥା ହୋଇଥିଲେ। ହେଲେ ୨୩ ତାରିଖରେ ତାଙ୍କ ପତ୍ତା ମିଳି ନ ଥିଲା। ହେଲେ ତାଙ୍କ ପତ୍ତା କିପରି ମିଳିବ ସେ ନେଇ ଏହି ବ୍ୟବସାୟିକ ସଂସ୍ଥାର ଯାଇଥିବା ୩ଜଣ ବ୍ୟକ୍ତି କୌଣସି ଉଦ୍ୟମ କରି ନ ଥିଲେ। ଫଳରେ ମଧୁସୂଦନଙ୍କ ଝିଅ ଓ ଜ୍ୱାଇଁ ଶିରିଡ଼ିରେ ପହଞ୍ଚିଥିଲେ। ବ୍ୟବସାୟିକ ସଂସ୍ଥାର ଲୋକମାନଙ୍କ ବ୍ୟବହାର ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନଙ୍କୁ ରହିବା ପାଇଁ ଝିଅ ଓ ଜ୍ୱାଇଁ ନିବେଦନ କରିଥିଲେ। ହେଲେ ଏହି ତିନି ଜଣ କହିଥିଲେ ଆମେ ଅନ୍ୟ ଲୋକମାନଙ୍କୁ ଷ୍ଟେସନରେ ଛାଡିକି ଆସୁଛୁ ମିଶିକି ପୋଲିସ ସହାୟତରେ ମଧୁସୂଦନଙ୍କୁ ଖୋଜିବା। କିନ୍ତୁ ଏହି ତିନିଜଣ ଶିରିଡିରୁ ପଳାଇ ଆସିଥିଲେ। ମଧୁସୂଦନଙ୍କ ଝିଅ ଓ ଜ୍ୱାଇଁଙ୍କ ସହ ଯୋଗାଯୋଗ କଲେନାହିଁ କି ସେମାନଙ୍କ ଫୋନ ଉଠାଇଲେ ନାହିଁ। ଏଠାକୁ ଆସି ମଧୁସୂଦନଙ୍କ ପରିବାର ଲୋକଙ୍କୁ ମଧ୍ୟ ସମବେଦନା ଜଣାଇଲେ ନାହିଁ। ତେଣୁ ଏହି ବ୍ୟବସାୟିକ ସଂସ୍ଥା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ପରିବାର ପକ୍ଷରୁ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଟାଉନ୍ ଥାନା ପୋଲିସ ସେଠାକାର ପୋଲିସ ସହ ଯୋଗାଯୋଗ କରିଥିଲା। ଓଡିଶା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ମଧୁସୂଦନଙ୍କ ସଂକ୍ରାନ୍ତରେ ତଥ୍ୟ ଦେବାପାଇଁ ମହାରାଷ୍ଟ୍ର ପୋଲିସ ମହାନିର୍ଦେଶକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ସେବେଠାରୁ ମଧୁସୂଦନଙ୍କ ପତ୍ତା ମିଳି ନ ଥିଲା। ମଧୁସୂଦନଙ୍କ ଝିଅ ଜ୍ୱାଇଁ ସେଠାରେ ରହି ଖୋଜାଖୋଜି କରୁଥିଲେ। ରବିବାର ଏକ ବଣରୁ ତାଙ୍କ ମୃତଦେହ ମିଳିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.