Home Top News ଗୋଆରେ କ୍ରୁଜ୍ ର ଜଣେ କ୍ରୁ ସଦସ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ୨୦୦୦ ଯାତ୍ରୀ...

ଗୋଆରେ କ୍ରୁଜ୍ ର ଜଣେ କ୍ରୁ ସଦସ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ୨୦୦୦ ଯାତ୍ରୀ କ୍ରୁଜ୍‌ରେ ଅଟକ

35

ଗୋଆ ୩-୧ (ଓଡ଼ିଆ ପୁଅ) ମୁମ୍ବାଇରୁ ଗୋଆ ଅଭିମୁଖେ ଯାଇଥିବା କର୍ଡେଲିଆ କ୍ରୁଜ୍ ଜାହାଜର ଜଣେ କ୍ରୁ ସଦସ୍ୟ କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଜାହାଜରେ ଥିବା ୨, ୦୦୦ ରୁ ଅଧିକ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନଙ୍କର ବର୍ତ୍ତମାନ କୋଭିଡ -୧୯ ଟେଷ୍ଟ କରାଯାଉଛି। କୋଭିଡ ସଂକ୍ରମିତ କ୍ରୁ ସଦସ୍ୟ ଜାହାଜରେ ଆଇସୋଲେସନରେ ଅଛନ୍ତି।

୨୦୧୬ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ RT-PCR ଟେଷ୍ଟ କରିବା ପାଇଁ PPE କିଟ୍ ରେ ଏକ ଡାକ୍ତରୀ ଦଳ ଜାହାଜକୁ ଯାଇଛନ୍ତି। ସେମାନଙ୍କର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

RT- PCR ପରୀକ୍ଷଣର ଫଳାଫଳ ଘୋଷଣା ହେବା ପୂର୍ବରୁ କେହି ଜାହାଜରୁ ଓହ୍ଲାଇବେ ନାହିଁ ବୋଲି ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ଏହି କ୍ରୁଜ୍ ବର୍ତ୍ତମାନ ମର୍ମୁଗାଓ ପୋର୍ଟ କ୍ରୁଜ୍ ଟର୍ମିନାଲ୍ ନିକଟରେ ଅଛି। ଗୋଆରେ କ୍ରୁଜ୍ ଡକ୍ କରିବାକୁ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଅନୁମତି ଦେଲା ନାହିଁ।

ଉଲ୍ଲେଖଯୋଗ୍ୟ, କେବଳ ଜଣେ କ୍ରୁ ସଦସ୍ୟ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ପରୀକ୍ଷା ଆସିଛନ୍ତି ଏବଂ ତେଣୁ ଅନ୍ୟ ସମସ୍ତଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ପରୀକ୍ଷା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.