Home ଜିଲ୍ଲା ପରିକ୍ରମା ‘ଶିବ’ ସର୍ବ ମଙ୍ଗଳ ଓ ଏକତାର ପ୍ରତୀକ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

‘ଶିବ’ ସର୍ବ ମଙ୍ଗଳ ଓ ଏକତାର ପ୍ରତୀକ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

41

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଶିବ ସର୍ବ ମଙ୍ଗଳ ଓ ଏକତାର ପ୍ରତୀକ’ ବୋଲି ଭଦ୍ରକ ସହର ସାମରାଇପୁର କଲ୍ୟାଣୀନଗର ସ୍ଥିତ ‘ଗୁରୁକୃପା’ ଭବନରେ ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ର ଓ କବିତା ଆସରକୁ ସମାଜସେବୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ରାଉତ ଦୀପ ଜାଳି ଉଦ୍‌ଘାଟନ କରିଥିଲେ। ବେଦପାଠ ଓ ସମ୍ପାଦକୀୟ ପାଠ କରିଥିଲେ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଡା. ଅନିଲ କୁମାର ଦାଶ। ଆଲୋଚ୍ୟ ବିଷୟ ‘ଶିବରାତ୍ରୀ, ଏକ ତାତ୍ତ୍ୱିକ ଉପାସନା’ରେ ଅଂଶ ଗ୍ରହଣ କରି ମୁଖ୍ୟବକ୍ତା ଅଧ୍ୟାପକ ନୀହାର ରଂଜନ କର, ସମ୍ମାନନୀୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ଜେନା, ବିଶେଷ ଅତିଥି ଚର୍ଚ୍ଚିକା ପ୍ରସାଦ ମହାପାତ୍ର ଓ ବିଶେଷବକ୍ତା ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିକାନ୍ତ ବେହେରା ପ୍ରମୁଖ ମତାମତ ଉପସ୍ଥାପନ କରିଥିଲେ। କବି ସତ୍ୟପ୍ରକାଶ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ରମେଶ ଚନ୍ଦ୍ର୍ର ଦାସ, ଡା. ଅବନୀ ପ୍ରଧାନ, ବିଜୟ କୁମାର ବହଳୀ, ବସନ୍ତ କୁମାର ପାତ୍ର, ମମତାରାଣି ଦାଶ, ସତ୍ୟ ସେଠୀ, ଶିଶୁକବି ଅଂଶୁମାନ ସ୍ୱାଇଁ, ବିପ୍ଳବ କୁମାର ହୋତା, ରଜତ କୁମାର ସାହୁ, ଶେଖ୍ ଅବଦୁଲ ଦୟାନ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଗୟାଧର ପଣ୍ଡା ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। କବି ବିଜୟ କୁମାର ବହଳୀ ଅତିଥି ପରିଚୟ, ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ମମତାରାଣି ଦାଶ ସଭା ପରିଚାଳନା କରିଥିବା ବେଳେ ସଂକ୍ରାନ୍ତି ଆସର ସାହିତ୍ୟପ୍ରେମୀଙ୍କ ମଧ୍ୟରେ ବହୁ ଆଦୃତ ହେଉଛି ବୋଲି ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.