Home ଜିଲ୍ଲା ପରିକ୍ରମା ରାଉତରାପୁର-କଂଚନବିଲି ମାଳବନ୍ଧ ରାସ୍ତା ପାଇଁ ଦାବି

ରାଉତରାପୁର-କଂଚନବିଲି ମାଳବନ୍ଧ ରାସ୍ତା ପାଇଁ ଦାବି

22

ନୟାଗଡ଼, ୧୪ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼଼ ବ୍ଳକ ଅନ୍ତର୍ଗତ ରାଉତରାପୁର-କଂଚନବିଲି ମାଳବନ୍ଧ ରାସ୍ତା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ନୟାଗଡ଼-ଖଣ୍ଡପଡ଼ା ରାସ୍ତାର ବାରବାଟୀ ରାଉତରାପୁର ଠାରୁୁ ଯଦୁପୁର ଦେଇ ବାଘମାରୀ ନଦୀ କୂଳେ କୁଳେ ଯାଇଥିବା କଂଚନବିଲି ମାଳବନ୍ଧ ରାସ୍ତାରେ ସାଇକେଲ ଓ ମୋଟରସାଇକେଲରେ ଦୈନିକ ଶହ ଶହ ଲୋକ ଯାତାୟତ କରିଥାନ୍ତି। ରାଉତରାପୁର ଠାରୁ ଡାହୁକା ଆନିକଟ ତଳପାର୍ଶ୍ୱ ପର୍ଯ୍ୟନ୍ତ ପ୍ରାୟ ଦେଢ କିଲୋମିଟର କଂଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇ ସାରିଥିବାବେଳେ କଂଚନବିଲି ମାଳବନ୍ଧ ରାସ୍ତାରେ ଆଉ ମାତ୍ର ଏକ କିଲୋମିଟର ରାସ୍ତା ଆବଶ୍ୟକତା ପଡ଼ୁଛି। ଯାହାକି ଏହି ରାସ୍ତାଟି ସମ୍ପୁର୍ଣ୍ଣ ହୋଇପାରିଲେ ଲୋକମାନଙ୍କ ପାଇଁ ଏହି ରାସ୍ତାଟି ବହୁ ସୁବିଧା ହୋଇପାରିବ। ଏହି ରାସ୍ତାଟି ନୟାଗଡ଼-ଖଣ୍ଡପଡ଼ାର ବାରବାଟୀ ରାଉତରାପୁର ଠାରୁ କଂଚନବିଲି ପୂର୍ତ୍ତବିଭାଗ ରାସ୍ତାକୁ ସଂଯୋଗ କରେ। ମହିପୁର-ମାଳିସାହି-କଂଚନବିଲି-ବାଲୁଗାଁ ରାସ୍ତାରେ ନୟାଗଡ଼ ଯିବାକୁ ହେଲେ କଂଚନବିଲି ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଦୂରତା ୧୦ କିଲୋମିଟର ହେଉଥିବାବେଳେ କଂଚନବିଲି ଠାରୁ ବାଲୁଗାଁ ଆଉ ନଯାଇ କଂଚନବିଲିଠାରୁ ବାଘମାରୀ ନଦୀ ମାଳବନ୍ଧ ରାସ୍ତାରେ ଯଦୁପୁର-ରାଉତରାପୁର ଯାଇ ବାରବାଟୀ ଠାରେ ବାହାରି ନୟାଗଡ଼ ଗଲେ ମାତ୍ର ୬ କିଲୋମିଟର ଦୂରତା ହୋଇଥାଏ। ସଡ଼କ ରାସ୍ତା।ରିବ। ଏହି ରାସ୍ତାଟି କମ୍ ଦୂରତା ବିଶିଷ୍ଟ ହୋଇଥିବାରୁ ମାଳିସାହିରେ ଥିବା ସ୍କୁଲ, କଲେଜ, .ଫାଣ୍ଡି, ବ୍ୟାଙ୍କ ଆଦି ଅନୁଷ୍ଠାନ ମାନଙ୍କୁ ଯିବାକୁ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକମାନଙ୍କ ପାଇଁ ଏହି ରାସ୍ତାଟି ବେଶ୍ ସୁଗମ ହୋଇପାରିବ। ଏହି ମାଳବନ୍ଧ ରାସ୍ତାଟି ମାଟି ରାସ୍ତା ହୋଇଥିବାରୁୁ ଏହି ରାସ୍ତାରେ ବର୍ଷା ଦିନକୁ ଛାଡ଼ି ଅନ୍ୟ ସବୁ ସମୟରେ ଲୋକାମାନେ ଯାତାୟତ କରିଥାନ୍ତି। ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକମାନେ ଏହି ରାସ୍ତା ଖରାପ ହୋଇଥିଲେ ମଧ୍ୟ କମ୍ ଦୂରତା ବିଶିଷ୍ଟ ରାସ୍ତା ହୋଇଥିବାରୁ ସବୁ ସମୟରେ ଏହି ରାସ୍ତାରେ ଯିବାପାଇଁ ଉଚିତ୍ ମଣିଥାନ୍ତି। ତେଣୁ ଲୋକମାନଙ୍କ ସୁବିଧା ପାଇଁ ଏହି ମାଳବନ୍ଧ ରାସ୍ତାକୁ ନିର୍ମାଣ କରାଗଲେ ଲୋକମାନଙ୍କର ବହୁ ହିତରେ ଆସିପାରନ୍ତା ବୋଲି ଅଂଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.