Home ଜିଲ୍ଲା ପରିକ୍ରମା ବୁର୍ଲା ମେଡିକାଲ କଲେଜରେ ଛାତ୍ର ହେବାର ଗୌରବ ଅର୍ଜନ କରିଥିବାରୁ ଟ୍ରଲିଚାଳକଙ୍କ ପୁଅ ମୁର୍ସିଦ ଖାନଙ୍କୁ...

ବୁର୍ଲା ମେଡିକାଲ କଲେଜରେ ଛାତ୍ର ହେବାର ଗୌରବ ଅର୍ଜନ କରିଥିବାରୁ ଟ୍ରଲିଚାଳକଙ୍କ ପୁଅ ମୁର୍ସିଦ ଖାନଙ୍କୁ ସମ୍ମାନିତ

40

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁୁରୁଣାବଜାରସ୍ଥିତ କାଜିମହଲ୍ଲା ଗାଁର ନିବାସୀ ମାଁ ଅଫରୋଜା ବିବି ଓ ବାପା ଟ୍ରଲି ଚାଳକ ମଇରାଜ ଖାନଙ୍କ ପୁଅ ମୁରସିଦ ଖାନଙ୍କୁ ଭଦ୍ରକ ନାରାୟଣ ଚନ୍ଦ୍ର ହାଇସ୍କୁଲର ପୁରାତନ ଛାତ୍ର ସଂସଦ ତରଫରୁ ନାରାୟଣ ଚନ୍ଦ୍ର ହାଇସ୍କୁଲ ପରିସରରେ ପୁରାତନ ଛାତ୍ର ଏକତ୍ରିତ ହୋଇ ଏକ ସଭାରେ ମାନପତ୍ର ଓ ଉତ୍ତରୀୟ ସହିତ ସମ୍ମାନୀତ କରିଥିଲେ। ଭଦ୍ରକ ନାରାୟଣ ଚନ୍ଦ୍ର ହାଇସ୍କୁଲ ସଭାରେ ଭଦ୍ରକ ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ହାଜୀ ଇସଲାମ ବେଗ, ସମ୍ମାନୀତ ଅତିଥି ଭାବେ ସିଧେଶ୍ୱର ସାହୁ ଓ ଶିକ୍ଷକ କବି ମୁସ୍ତାକ ଗୌହର ସଂଚାଳକ ଭାବେ ଯୋଗଦାନ କରିଥିଲେ। ମୁରସିଦ ଖାନ ଗତ ନିଟ୍ ପରୀକ୍ଷାରେ ଅକ୍ଳାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ୬୦୯ ମାର୍କ ରଖିବା ସହିତ ସର୍ବଭାରତୀୟ ସ୍ତରରେ ୧୫ ହଜାର ୨୩୯ତମ ର‌୍ୟାଙ୍କ ହାସଲ କରି କୃତକାର୍ଯ୍ୟ କରିଥିଲେ। ପିଲାଟିବେଳୁ ମୁରସିଦଙ୍କ ସ୍ୱପ୍ନ ଥିଲା ଯେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ କିନ୍ତୁ ଆର୍ଥିକ ପରିସ୍ଥିତି ଏତେ ମାତ୍ରାରେ ଖରାପ ଥିଲା ଯେ ତାଙ୍କ ବାପା ଟ୍ରଲି ଚାଳକ ଚଳାଇ ସ୍ୱଳ୍ପ ଆୟରେ ଘର ସଂସାର ବହୁ କଷ୍ଟରେ ଗୁଜରାଣ କରି ଚଳେଇଥିଲେ ଓ ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ କଷ୍ଟ ସହି ପରିଶ୍ରମ କରିଥିଲେ ପୁଅ ମୁରସିଦ ଖାନ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏବେ ବୁର୍ଲା ମେଡିକାଲ କଲେଜର ଛାତ୍ର ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ସଭାରେ ଏସ.ଏମ.ଫାରୁକ, ସୁଧାକର ରାଉତ, ପରମାନନ୍ଦ ଦାସ, ହରିନନ୍ଦି, ଲକ୍ଷ୍ମୀ ମହାପାତ୍ର, କବିତା ଆଚାର୍ଯ୍ୟ, ଲଲାଟେନ୍ଦୁ ମହାପାତ୍ର, ଅଶୋକ କୁମାର ଦାସ, ଅବଦୁଲ ମସଜୁଦ, ହାଜୀ କାସିମ, ହାଜୀ ଅନୱର ହୋସେନ, ଆଇନଜୀବୀ ଶେଖ ଜୁଲଫୁକାର, ହାଜୀ ଉସମାନୁଲ ହକ୍‌, ଶେଖ ନଜିମୁଦ୍ଦିନ, ଫରିୟାଜ ବେଗ, କୈଳାସ ଚନ୍ଦ୍ର ମହାପାତ୍ର, ବାଇଧର ସାହୁ, ମିର୍ଜା ଇଜାଜ ବେଗ, ଶେଖ ଜହିରୁଦ୍ଦିନ ଓ ଶେଖ ମଇରାଜୁଦ୍ଦିନ ପ୍ରମୁଖମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.