Home ଜିଲ୍ଲା ପରିକ୍ରମା ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ

ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ

68

ପୁରୀ -୫.୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗତକାଲି ସନ୍ଧ୍ୟାରେ ଶିଵ ପାର୍ବତୀଙ୍କ ବିବାହ ଉତ୍ସବ ସହରର ବିଭିନ୍ନ ଶିବ ମନ୍ଦିର ଗୁଡିକରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁଣ୍ଡିଚା ବିହାର ସ୍ଥିତ ଚନ୍ଦ୍ର ଶେଖର ମହାଦେବ ମନ୍ଦିରରେ ମାତା ପାର୍ବତୀଙ୍କ ପିତା ରମେଶ ଚନ୍ଦ୍ର ରଥ ଓ ବରପିତା କୃଷ୍ଣଚନ୍ଦ୍ର ଜେନା ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ବିବାହ ଉତ୍ସବ ଅବସରରେ ଉଭୟ ପକ୍ଷର ୨୦୦ରୁ ଅଧିକ ଲୋକଙ୍କୁ ପ୍ରସାଦ ସେବନ କରାଯାଇ ଆପ୍ୟାୟିତ କରାଯାଇଥିଲା। ଗୁଣ୍ଡିଚା ଉନ୍ନୟନ ପରିଷଦ ସମ୍ପାଦକ ଅଶୋକ ମହାପାତ୍ର, ଜୟନ୍ତ ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଓ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ନବଦମ୍ପତି ଏକ ବର୍ଣ୍ଣାଢ୍ୟ ଶୋଭା ଯାତ୍ରାରେ ଉକ୍ତ ଅଞ୍ଚଳ ପରିକ୍ରମା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.