Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ

85

ପୁରୀ : ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ରବିବାର ନୀଳାଦ୍ରି ବେଳାଭୂମିରେ ପାଳିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ପରିବେଶର ସୁରକ୍ଷା ସହ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁସ୍ଥ ପରିବେଶ ପାଇଁ ପ୍ରତ୍ୟେକ ସଂକଳ୍ପବଦ୍ଧ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ ପି ରାମସ୍ଵାମୀ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପରିବେଶବିତ୍ ଶ୍ରୀ ଜଗନ୍ନାଥ ବସ୍ତିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱଜିତ୍ ଘୋଷ, ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀ ଶୋଭାକର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ପରିବେଶ ପର୍ଯଟନ ଫାଉଣ୍ଡେସନ ସଭାପତି ଶ୍ରୀ ଯୁଗବ୍ରତ କର କାର୍ଯକ୍ରମ ପରିଚାଳନା କରିଥିଲେ। ସହକାରୀ ବନ୍ ସଂରକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି ଅବସରରେ ଅସ୍ତରଙ୍ଗ ବ୍ଲକର ଶ୍ରୀ ସରୋଜ କୁମାର ଜେନା, କାକଟପୁର ବ୍ଲକର ଶ୍ରୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ନିମାପଡ଼ା ବ୍ଲକର ଶ୍ରୀ ପ୍ରମୋଦ କୁମାର ସାମନ୍ତରାୟ, ଗୋପ ବ୍ଲକର ଶ୍ରୀ ବିଷ୍ଣୁ ମୋହନ ପ୍ରଧାନ, ପିପିଲି ବ୍ଲକର ଶ୍ରୀ ଗିରିଶ ଚନ୍ଦ୍ର ତ୍ରିପାଠୀ, ଡେଲାଙ୍ଗ ବ୍ଲକର ଶ୍ରୀ ବିଶ୍ୱଜିତ୍ ପରିଡ଼ା, କଣାସ ବ୍ଲକର ଶ୍ରୀ ଅଶୋକ କୁମାର ସାହୁ, ପୁରୀ ସଦର ବ୍ଲକର ଡ଼ଃ ଶାନ୍ତିଲତା ଅଧିକାରୀ ଏବଂ ବ୍ରହ୍ମଗିରି ବ୍ଲକର ଶ୍ରୀ ରତ୍ନାକର ବେହେରାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୩୯ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିବେଶ ସୁରକ୍ଷା ପାଇଁ ଅତିଥିଙ୍କ ସମେତ ଅନ୍ୟମାନେ ସ୍ୱାକ୍ଷର ଫଳକରେ ନିଜର ମତାମତ ଉଲ୍ଲେଖ କରିଥିଲେ। ଇକୋ କ୍ଲବ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.