Home ଓଡ଼ିଶା ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ନୀତି

ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ନୀତି

118

ପୁରୀ ୫-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ। ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଦୋଳଗୋବିନ୍ଦ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟଶେଯ ଘରେ ବିଜେ ହୋଇଥାନ୍ତି। ଏହାପରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କ ମଇଲମ ହୋଇ ଆଲଟ ଲାଗି ପଣା ଭୋଗ, ଚନ୍ଦନ ଲାଗି ଓ ବଡସିଂହାର ଭୋଗ ହୋଇଥାଏ। ଇତି ମଧ୍ୟରେ ମହାଜନ ସେବକମାନଙ୍କ ହସ୍ତରେ ପଞ୍ଚ ମହାଦେବ ଜଗମୋହନସ୍ଥିତ ଖଟଶେଯ ଉପରେ ବିଜେ ହୋଇଥାନ୍ତି। ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଣିଥିବା ଆଜ୍ଞାମାଳ ଲାଗି ପରେ ମହାଦେବମାନେ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ଥିବା ଖଟଶେଯ ଉପରେ ବିଜେ ହୁଅନ୍ତି। ଏହା ପରେ ମହାଜନ ସେବକମାନେ ଘଣ୍ଟ, ଛତା, କାହାଳି ସହ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ଲକ୍ଷ୍ମୀ ମନ୍ଦିରସ୍ଥିତ ଜଗମୋହନରେ ପଞ୍ଚ ମହାଦେବଙ୍କ ସମ୍ମୁଖରେ ବସାଇବେ। ଏହାପରେ ବିଜେ ପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ସେଠାରେ ଶୀତଳ ଭୋଗ ଓ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। ପୂଜାପଣ୍ଡା ପଞ୍ଚୋପଚାର ବିଧିରେ ୧୧ଟି ପନ୍ତି ଭୋଗ କରିଥାନ୍ତି। ତତ୍ପରେ ବନ୍ଦାପନା ହୋଇ ଦୋଳଗୋବିନ୍ଦ ଦକ୍ଷିଣି ଘରକୁ ବାହୁଡା ବିଜେ କରନ୍ତି। ଏହିପରି ଭାବେ ଶୀତଳ ଷଷ୍ଠୀ ନୀତି ଅନୁଷ୍ଠିତ ହୋଇଥାଏ।

ତତ୍ପରଦିନ ଶ୍ରୀମନ୍ଦିରରେ ବଲ୍ଲଭ ନୀତି ଶେଷ ହେବା ପରେ ପଞ୍ଚ ମହାଦେବ ଶ୍ରୀମନ୍ଦିରରୁ ସ୍ଵ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିଥାନ୍ତି। ପଞ୍ଚ ମହାଦେବଙ୍କର ସେବକମାନେ ଏହି ପରିକ୍ରମା ସମୟରେ ଉପସ୍ଥିତ ରହିଥାନ୍ତି। ସେପଟେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଆଜି ଜଳକ୍ରୀଡା ମଣ୍ଡପ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.