Home କେନ୍ଦୁଝର ଶିବନାରାୟଣପୁର ଗ୍ରାମରୁ କାଠ ଜବଦ କଲା ବନ ବିଭାଗ

ଶିବନାରାୟଣପୁର ଗ୍ରାମରୁ କାଠ ଜବଦ କଲା ବନ ବିଭାଗ

16

ହାଟଡିହି-୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରୁ ଆଜି ବନବିଭାଗ ବିପୁଳ ପରିମାଣର କାଠ ଜବଦ କରିଛି । ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କ ନେତୃତ୍ୱରେ କାଠକଟା ଫରେଷ୍ଟର ଅନନ୍ତ ଚରଣ ପରିଡା, ଦେବସ୍ମୀତା ରାଉତ, ମନ୍ମଥ ସାହୁ, ଅମରେନ୍ଦ୍ର ନାଥ, ଲକ୍ଷ୍ମୀଧର କିସ୍କୁ, ସୁକୁରା ନାୟକ ପ୍ରମୁଖ ବିନ ଓଝା ଓ ଆନନ୍ଦ ଓଝାଙ୍କ ଘରେ ଚଢ଼ାଉକରି ବହୁତ ଶାଳ କାଠର ବନ୍ଧ ସହିତ ଅନେକ ପ୍ରକାରର କାଠ ଜବଦ କରିଥିଲେ । ବିନ କିମ୍ବା ଆନନ୍ଦ ଘରେ ନଥିବାରୁ ଏ ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ । କାଠ ଗୁଡିକୁ ଟ୍ରାକ୍ଟର ଯୋଗେ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିବା ରେଞ୍ଜର ସୁମିତ ମହାନ୍ତି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.