Home କେନ୍ଦୁଝର ଶିବନାରାୟଣପୁରରେ ଲକ୍ଷ୍ମୀନାରାୟଣ ପୂଜା

ଶିବନାରାୟଣପୁରରେ ଲକ୍ଷ୍ମୀନାରାୟଣ ପୂଜା

68

ହାଟଡ଼ିହି, ୧/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମର ମଝି ସାହିରେ ଲକ୍ଷ୍ମୀନାରାୟଣଙ୍କ ପୂଜା କୋଭିଡ-୧୯କୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସୁରେଶ ମିଶ୍ରଙ୍କ ଦ୍ୱାରା ବେଦମନ୍ତ୍ରରେ ସମସ୍ତ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଉ ଥିବାବେଳେ ଆନନ୍ଦ ମହାନ୍ତି, ସୁବାଶ ଚନ୍ଦ୍ର ଗିରି, ବିଦ୍ୟାଧର ଖଣ୍ଡା, ଇନ୍ଦ୍ରମଣି ଖଣ୍ଡା, ବାବୁ ଖଣ୍ଡା, ବିଷ୍ଣୁ ଜେନା, ଅର୍ଜୁନ ଖଣ୍ଡା, ବାବୁଲି ଖଣ୍ଡା, ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ମୁତାବକ ପୂଜା ହେଉଥିବାରୁ ସୁସଜ୍ଜିତ ତୋରଣ ଓ ଆଲୋକମାଳା ପରିଦୃଷ୍ଟ ହୋଇ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.