Home କେନ୍ଦୁଝର ବ୍ୟାରେଜରେ ଗାଧୋଇବା ବେଳେ ଜଣେ ନିଖୋଜ

ବ୍ୟାରେଜରେ ଗାଧୋଇବା ବେଳେ ଜଣେ ନିଖୋଜ

155

ହାଟଡ଼ିହି, ୧ । ୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବିଦ୍ୟାଧରପୁର ସାଳନ୍ଦୀ ବ୍ୟାରେଜରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ଗାଧୋଇବା ସମୟରେ ନିଖୋଜ ହୋଇ ଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ସୋସୋ ଗ୍ରାମର ଶତୃଘ୍ନ ଦାସ(୬୫) ଜଣେ ଗରିବ ଶ୍ରେଣୀର ବ୍ୟକ୍ତି । ସେ ପରର କାମଦାମ କରି ପରିବାର ଚଳାନ୍ତି । ଏବେ କାମଦାମ ମିଳୁନଥିବାରୁ ସେ ନିୟମିତ ଘାସ କାଟି ବିକ୍ରୀକରି ପରିବାର ଚଳାଉଥିଲେ । ଆଜି ଘାସ କାଟି ବିକିବା ଉଦ୍ଦେଶ୍ୟରେ ଗୋହିରାବଣି ପଟକୁ ଯାଇ ଦିନ ଦୁଇଟାବେଳେ ଘାସକାଟି ଫେରିବାବେଳେ ସାଳନ୍ଦୀନଦୀର ବିଦ୍ୟାଧରପୁର ବ୍ୟାରେଜରେ ଗାଧୋଇବାକୁ ଯାଇଥିଲେ । କିଛି ସମୟପରେ ସ୍ଥାନୀୟ ଲୋକମାନେ ଶତୃଘ୍ନଙ୍କ ଘାସ ବୋଝଇ ସାଇକେଲ ଓ ତାଙ୍କ ଯୋତା ବ୍ୟାରେଜ କୁଳରେ ଥୁଆ ହୋିତବବା ଦେଖିବାପରେ ଖୋଜାଖୋଜି ଅ÷ାରମ୍ଭ କରିଥିଲେ । ଖବରପାଇ ସୋସୋ ପୁଲୁିସ ଓ ହାଟଡିହି ଦମକଳ ବାହିନୀ ପହଞ୍ଚି ଦୀର୍ଘସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଶତୃଘ୍ନଙ୍କ ସନ୍ଧାନ ପାଇପାରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.