Home ଜିଲ୍ଲା ପରିକ୍ରମା ଆଜି ଭଦ୍ରକରୁ ନୂଆ ଆକ୍ରାନ୍ତ ୧୧, ଜିଲ୍ଲାରୁ ନମୁନା ପରୀକ୍ଷା ୧ ଲକ୍ଷ ୨୫ ହଜାର...

ଆଜି ଭଦ୍ରକରୁ ନୂଆ ଆକ୍ରାନ୍ତ ୧୧, ଜିଲ୍ଲାରୁ ନମୁନା ପରୀକ୍ଷା ୧ ଲକ୍ଷ ୨୫ ହଜାର ଟପିଲା

40

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଳାରୁ ଆଉ ନୂଆ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଭଦ୍ରକ ବ୍ଲକର ବାଣିତିଆ ପଞ୍ଚାୟତର ଜଣେ, ଭଦ୍ରକ ପୌରପାଳିକାର ୧୫ ନଂୱାର୍ଡ ଓ ୭ ନଂ ୱାର୍ଡରୁ ଜଣେ ଲେଖାଏଁ, ବନ୍ତ ବ୍ଳକର ବନ୍ତ ପଞ୍ଚାୟତର ଜଣେ, ଧାମନଗର ବ୍ଳକର ସୋହଡା ପଞ୍ଚାୟତରୁ ଜଣେ ଏବଂ ଧୁଷୁରୀ ପଞ୍ଚାୟତରୁ ୩ଜଣ, ତିହିଡି ବ୍ଳକର କାଁପଡା ପଞ୍ଚାୟତରୁ ଜଣେ ଏବଂ ପୀରହାଟ ପଞ୍ଚାୟତରୁ ଜଣେ, ଅନ୍ୟ ଜିଲ୍ଲା ବାଲେଶ୍ୱରର ସିମୁଳିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୭୪୩ ହୋଇଛି । ଏମାନଙ୍କ ମଧ୍ୟରୁ ୬ ହଜାର ୪୫୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ମାତ୍ର୨୬୮ଜଣ ଆକ୍ରାନ୍ତ ସକ୍ରିୟ ଭାବେ ଚିକିତ୍ସାଧୀନ ରହିଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧ ଲକ୍ଷ ୨୫ ହଜାର ୧୬୫ ଜଣଙ୍କ ନମୁନା ପରୀକ୍ଷା ସରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.