Home ଜିଲ୍ଲା ପରିକ୍ରମା ‘ଶିକ୍ଷୟିତ୍ରୀ ଶାନ୍ତିଲତା ଥିଲେ ଜୀବନ ଗଢ଼ଣର ଶିଳ୍ପୀ’, ଭଦ୍ରକରେ ପ୍ରଥମ ବାର୍ଷିକ ସ୍ମୃତିସନ୍ଧ୍ୟା

‘ଶିକ୍ଷୟିତ୍ରୀ ଶାନ୍ତିଲତା ଥିଲେ ଜୀବନ ଗଢ଼ଣର ଶିଳ୍ପୀ’, ଭଦ୍ରକରେ ପ୍ରଥମ ବାର୍ଷିକ ସ୍ମୃତିସନ୍ଧ୍ୟା

24

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଭୟ ପାରିବାରିକ ଓ ସମାଜବୃତ୍ତରେ ଥାଇ ନିଷ୍ଠାପର ଜୀବନ ବିତାଉଥିବା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ ସ୍ୱର୍ଗତା ଶାନ୍ତିଲତା ନାୟକ । କେବଳ ବୃତ୍ତିଗତ ଭାବେ ଶିକ୍ଷୟିତ୍ରୀ ନଥିଲେ, ସେ ଥିଲେ ଜୀବନ ଗଢ଼ଣର ଶିଳ୍ପୀ । ସେ ମମତାର ବିମଳ ମୂର୍ତ୍ତି । ଦୁଃଖକୁ ଆପଣେଇ ବାଣ୍ଟୁଥିଲେ ସୁଖ । ସେ ନାରୀର ଅସ୍ତିତ୍ୱ ପାଇଁ ସଂଘର୍ଷରତା ଦେବୀ ଓ ଜଗତକଲ୍ୟାଣ ପାଇଁ ଉତ୍ସର୍ଗୀକୃତା ବିମଳ ପ୍ରତିଛବି ବୋଲି ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ସୋମବାର ଅନୁଷ୍ଠିତ ଶିକ୍ଷୟିତ୍ରୀ ଶାନ୍ତିଲତା ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ତ୍ୟାଗଭୂମି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଶାନ୍ତିଲତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନପୂର୍ବକ ‘ଆମ ଶିକ୍ଷାବ୍ୟବସ୍ଥା ଓ ଶିକ୍ଷୟିତ୍ରୀ ଶାନ୍ତିଲତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ‘ବେଦପୀୟୂଷ’ର ସମ୍ପାଦକ, ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଶାନ୍ତିଲତା ଥିଲେ ଜୀବନର ଶିକ୍ଷିକା ଓ ଈଶ୍ୱରୀୟ ସ୍ୱରୂପରେ ଅନନ୍ୟା ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପାଳିଆବିନ୍ଧା କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ, ଗବେଷକ ଲଲାଟେନ୍ଦୁ ମହାନ୍ତି ଓ ସମାଜସେବୀ ଡାକ୍ତର ପ୍ରଦୀପ କୁମାର ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଓ ଶାନ୍ତିଲତାଙ୍କ ଉତ୍ସର୍ଗୀକୃତ ସାଧନା ଉପରେ ବିଶଦ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରଜିତା ନାୟକ, ସୁଧାକର ରାଉତ, ବାବୁଲାଲ୍ ଦାସ, ଉର୍ଦ୍ଦୁକବି ମୁସ୍ତାକ୍ ଗହ୍ୱର, ବୈଲୋଚନ ବେହୁରିଆ, ତ୍ରିଲୋଚନ ନାୟକ, ବାବୁଲାଲ୍ ରାଉତ, ସୁରେନ୍ଦ୍ର କୁମାର ମଲ୍ଲିକ୍‌, ଭାସ୍କରଚନ୍ଦ୍ର ନାୟକ, ଜାନକୀ ପାଢ଼ୀ, କଳ୍ପନା ଜେନା, ସୁରଭି ବଳ, ଚନ୍ଦ୍ରଶେଖର ନାୟକ, ସୁଶ୍ରୀ ବିଦ୍ୟୁତଲତା ନାୟକ, ଗାଳ୍ପିକ ଗଦାଧର ବଳ, ଅଧୀବକ୍ତା ଦୁର୍ଗା ଦାସ, ଶାନ୍ତନୁ କୁମାର ରାଉତ, ଅଧ୍ୟାପକ ନିହାର ରଂଜନ କର, ଅଧ୍ୟାପିକା ମମତା ସାହୁ, ପୃଥ୍ୱୀରାଜ ମିଶ୍ର, ଅଧୀବକ୍ତା ନିରାକାର ଜେନା, ଦିବ୍ୟସିଂହ ନାୟକ, ରୂପକ ବିହାରୀ ରାୟ ପ୍ରମୁଖ ଶଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚଆହ୍ୱାନ କରିଥିବା ବେଳେ ଗୌରାଂଗ ବାରିକ୍‌, ଲକ୍ଷ୍ମୀଧର ବାରିକ, ଶାନ୍ତିଲତାଙ୍କ ସ୍ୱାମୀ ଶିକ୍ଷକ ଶଶଧର ନାୟକ, ଜ୍ୟେଷ୍ଠପୁତ୍ର ଶିବପ୍ରସାଦ ସତ୍ୟାନନ୍ଦ, କନିଷ୍ଠପୁତ୍ର ବିରଜା ପ୍ରସାଦ ପ୍ରେମାନନ୍ଦ, କନ୍ୟା ଅଳକାନନ୍ଦା ନାୟକ, ପୁତ୍ରବଧୂ କାନ୍ତିରଂଜିତା ନାୟକ ଓ ପରିବାରବର୍ଗ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ସଂଗୀତଶିଳ୍ପୀ ରାମନାରାୟଣ ମହାନ୍ତି ଓ ମନମୋହନ ସଂଗୀତ ପରିଷଦ ଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.