Home ଜିଲ୍ଲା ପରିକ୍ରମା ଗୁରୁ ଦିବସ ଅବସରରେ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଦୁଇ ଶିକ୍ଷକ ସମ୍ବର୍ଦ୍ଧିତ

ଗୁରୁ ଦିବସ ଅବସରରେ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଦୁଇ ଶିକ୍ଷକ ସମ୍ବର୍ଦ୍ଧିତ

29

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତ ସର୍ବପଲ୍ଲୀ ରାଧାକିଷ୍ନନ ଜୟନ୍ତ ତଥା ଗୁରୁ ଦିବସ ଅବସରରେ ଧାମରା ଅଂଚଳର ୨ଜଣ ବରିଷ୍ଠ ଶିକ୍ଷକଙ୍କୁ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ତରଫରୁ ସମ୍ବର୍ନ୍ଧିତ କରାଯାଇଛି । ଆଜିର ଏହି ଦିବସ ଅବସରରେ ଜାଗୁଳା ପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ଗୁରୁ ଦିବସ ପାଳନ ହେବା ସହ ଧାମରା ଅଂଚଳର ପୂର୍ବତନ ସିଆରସିସି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବକିଶୋର ସେଠୀ ଏବଂ ଧାମରାଇ ହାଇସ୍କୁଲର ପୂର୍ବତନ ସହକାରୀ ଶିକ୍ଷକ ନିରଞନ ସାମଲଙ୍କୁ ମାନପତ୍ର ତଥା ଉପଢୌକନ ଦିଆଯାଇ ସମ୍ବର୍ନ୍ଧିତ କରାଯାଇଥିଲା । ଏହି ଉତ୍ସବରେ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନର ପ୍ରତିଷ୍ଠାତା ତ୍ରିଦିବେଶ ପ୍ରଧାନ ଉପସ୍ଥିତ ରହିବା ସହ ଗୁରୁ ଦିବସରେ ସର୍ବପଲ୍ଲୀ ରାଧାକିଷ୍ନନଙ୍କ ଜୟନ୍ତୀର ତାତ୍ପର୍ଯ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁ ମାନଙ୍କର ଆବଶ୍ୟକତା ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଆଜିର ଏହି ଅବସରରେ ଜାଗୁଳା ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ଅଜିତ ପଳିତା, ପ୍ରେମାନନ୍ଦ ମିଶ୍ର, କମଳେନ୍ଦୁ ବେରା, ସସ୍ମିତା ପାତ୍ର, କଲ୍ୟାଣୀ ଦାସ, ରମଜାନ ଅଲ୍ଲି, ହରେଶ କୁମାର ମହାନ୍ତି,ପ୍ରମୋଦ କୁମାର ପ୍ରଧାନ, ବିଶ୍ୱନାଥ ଜେନା, ଭାଗିରଥି ସେଠୀ, ପଙ୍କଜ ଖିଲାର ,ମାନସ ନାୟକ,କୁଳମଣୀ ସେଠୀ,ପର୍ସୁରାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.