Home ଓଡ଼ିଶା ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

147

ଭଦ୍ରକ ୩୦-୧୧ (ଓଡ଼ିଆ ପୁଅ) ଆଜି ଭଦ୍ରକ ଅବଦୁଲ କଲାମ ଦ୍ୱିପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡ୍ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସଂଧ୍ୟା ୭ଟା ୧୭ ମିନିଟରେ ପରୀକ୍ଷା ହେଲା ଅଗ୍ନି-୩ କ୍ଷେପଣାସ୍ତ୍ର। ରାତ୍ରିରେ ପରମାଣୁ ସକ୍ଷମ ଅଗ୍ନି-୩ ଇଣ୍ଟରମିଡିଏଟ ରେଞ୍ଜ ବାଲିଷ୍ଟିକ କ୍ଷପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି।ଧାମରା ଅବଦୁଲ କଲାମ ଦ୍ୱୀପରେ ଥିବା ୪ନଂ ଲଞ୍ଚ ପ୍ୟାଡରୁ ସଫଳ ଉତକ୍ଷେପଣ ହୋଇଛି । ୩ ହଜାର ୫ ଶହରୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦର କ୍ଷମତା ଥିବା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୩ ହେଉଛି ଏକ ଇଣ୍ଟରମିଡିଏଟ୍‌ ବାଲାଷ୍ଟିକ ‌କ୍ଷେପଣାସ୍ତ୍ର। ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨ ହଜାର କିଲୋଗ୍ରାମ। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ଅଗ୍ନି-୩। ସେକେଣ୍ତ ପିଛା ଏହାର ବେଗ ୬ କିଲୋମିଟର। ପୂର୍ବରୁ ୨୦୧୫ ଏପ୍ରିଲ ୧୬ ତାରିଖ ଏବଂ ଶେଷଥର ପାଇଁ ୨୦୧୭ ଏପ୍ରିଲ ୨୭ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା। ଅଗ୍ନି-୩ର ଆଜି ପୁନଃପରୀକ୍ଷଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.