Home ଓଡ଼ିଶା ଶିକ୍ଷାନିର୍ଦ୍ଦେଶକ ଙ୍କ ପ୍ରତିସୃତି ପାଇବାପରେ ଶିକ୍ଷକ ସଂଘ ର ଧାରଣା ପ୍ରତ୍ୟାହର

ଶିକ୍ଷାନିର୍ଦ୍ଦେଶକ ଙ୍କ ପ୍ରତିସୃତି ପାଇବାପରେ ଶିକ୍ଷକ ସଂଘ ର ଧାରଣା ପ୍ରତ୍ୟାହର

105

ମାଲକାନଗିରି,୧୭ା୧୨(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପ୍ରଥାମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ଦାବିନେଇ ଗତ ୧୩ତାରିଖଠାରୁ ଧାରଣା ଦିଆ ଯାଇଥିଲା । ଧାରଣାର ଦୀର୍ଘ ୫ଦିନପରେ ପଦୋନ୍ନତି କାର୍ଯ୍ୟ ସଂପନ୍ନ କରାଯିବ ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ପ୍ରତିସୃତି ପାଇବା ପରେ ଆଜି ସନ୍ଧ୍ୟାରେ ଶିକ୍ଷକସଂଘର ଧାରଣା ପ୍ରତ୍ୟାହର କରାଯାଇ ଥିବାର ଜିଲ୍ଲାଶିକ୍ଷକ ସଂଘ ସଭାପତି ରଜିଂତ ନାୟକ ସୁଚତନା ଦେଇଛନ୍ତି । ଆଜି ସନ୍ଧ୍ୟା ୭ଟା ପରେ ଜିଲ୍ଲାଶିକ୍ଷାଅଧିକାରୀ ମାନସ କୁମାର ଜେନା ଶିକ୍ଷକ ସଂଘକୁ ରାଜ୍ୟ ପ୍ରାଥମିକ ଶିକ୍ଷାବିଭାଗ ନିର୍ଦ୍ଦେଶକଙ୍କ ପ୍ରତିସୃତି କୁ ଲିଖିତ ଭାବେ ଦେବାପରେ ଶିକ୍ଷକ ସଂଘର ଧାରଣା ପ୍ରତ୍ୟାହର କରାଯାଇଥିଲା । ଦୀର୍ଘ ୫ଦିନ ଧରି ପ୍ରବଳ ଶୀତକାକରରେ ଧାରଣା ଦେଇଥିବା ଶିକ୍ଷକ ମାନଙ୍କ ଶେଷରେ ଦାବିପୁରଣ ହେବାକୁ ଯାଉଥିବାରୁ ଖୁସିରେ ଧାରଣା ପ୍ରତ୍ୟାହର କରି ଆଜି ରାତ୍ରରେ ନିଜ ନିଜ ଘରକୁ ଫେରି ଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.