Home ଓଡ଼ିଶା ଆଓମା ଗୁରୁକୁଳ ଛାତ୍ର ଛାତ୍ରୀ ଙ୍କ ଆତ୍ମରକ୍ଷା ରଣ କୌଶଳ ତାଲିମ ଶିବିର ଉଦଘାଟିତ ।

ଆଓମା ଗୁରୁକୁଳ ଛାତ୍ର ଛାତ୍ରୀ ଙ୍କ ଆତ୍ମରକ୍ଷା ରଣ କୌଶଳ ତାଲିମ ଶିବିର ଉଦଘାଟିତ ।

47

ମାଲକାନଗିରି,୧୭ା୧୨ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲାସଦର ମହକୁମା ଠାରେ ପ୍ରତିଷ୍ଟିତ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର (ଆଓମା ଗୁରୁକୁଳ)ନବନିର୍ମିତ ମଣ୍ଡପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତ୍ମର କ୍ଷା ରଣ କୌଶଳ ତାଲିମ ଉଦଘାଟତି ହୋଇ ଯାଇଛି । ଗୁରୁବାର ରାତ୍ରରେ ଅଲଓଡିଶା ମାର୍ଶଲ ଆର୍ଟ କୋଡେମୀ ପରିସରରେ ଆଓମା ର ସଭାପତି ରତ୍ନାକରଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ଆଦର୍ଶଥାନାର ଆଇଆଇସି ରାମପ୍ରସାଦ ନାଗ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଅଭ୍ୟାସ ମଣ୍ଡପ ଓ ଆତ୍ମରକ୍ଷା ରଣ କୌଶଳ ତାଲିମ ଶିବୀରକୁ ନଡିଆ ଭାଙ୍ଗି ଉଦଘାଟନ କରିଥିଲେ । ଏହି ଅବସରେ ସମ୍ମାନିତ ଅତିଥି ଭାବେ ଇନିସପେକ୍ଟର ରଂଜନକୁମାର ମାଝୀ, ଇନିସପେକ୍ଟର ଜୟପ୍ରକାଶ ନାରାୟଣ ହୋତା ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ କେବଳ ପାଠପଢି ପୁସ୍ତକ କିଟ ହୋଇ ରହିଲେ ହେବ ନାହିଁ,ପାଠ ସହିତ ସାଠର ଆବଶ୍ୟତକା ରହିଛି,ଶିକ୍ଷାକୁ ଗୁରୁତ୍ୱ ଦେବାସହିତ ସବୁପ୍ରକାର କ୍ରୀଡା ଜାଣିବା ଆବଶ୍ୟକତା ରହିଛି । ମାର୍ଶଲଆର୍ଟ ଓ ଜୁଡୋ ଏମିତି ଏକ କଳା ଯାହାକି ବିନା ଅସ୍ତ୍ରରେ ନିଜର ଆତ୍ମରକ୍ଷା ସହିତ ଅନ୍ୟକୁ ସୁରକ୍ଷା ଦେଇପାରେ ବୋଲି ମଚାଂସିନ ଅତିଥି ମାନେ କହିଥିଲେ । ଅତିଥି ମାନେ ଇଣ୍ଡିଆ ଗଟ ଟେଲେଟଂ ପ୍ରତି ଯୋଗୀତାରେ ଭାଗନେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ପଗୋଛ ଦେଇ ସେମାନଙ୍କୁ ସଫଳତା କାମନା କରି ସେମାନଙ୍କୁ ପ୍ରରଣା ଦେବା ସହିତ ମିଷ୍ଟାନ ବଟଂନ କରି ଉତ୍ସାହିତ କରଥିଲେ । ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏସୋସିଏସନର ମୁଖ୍ୟ ବିନାଶ କୁମାର ମିଶ୍ର ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ । ଏହି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ସୋମେଶ ବାଘ,ଚନ୍ଦ୍ରସେଖର ପୁଜାରୀ,ମନୋଜ କିଚମ,ରାମ ମାଡକାମୀ,ଲକ୍ଷମ୍ମି ସୋଡି,ସରିତା ହରିଜନ ଙ୍କ ସହିତ ଆଓମାର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ମୁମ୍ବାଇଠାରେ ଆୟୋଜିତ ଦ୍ୱିତୀ ରାଉଣ୍ଡ ଇଣ୍ଡିଆ ଗଟ ଟାଲେଟଂ ପ୍ରତି ଯୋଗୀତେରା ଆଓମା ଗୁରୁକୁଳର ୧୦ଜଣ ବଣ୍ଡା,କୋୟା, ପରଜା,କନ୍ଧ ଆଦିବାସୀ ସଂପ୍ରଦାୟର ଛାତ୍ର ଛାତ୍ରୀ ମାନେ ଭାଗ ନେଉଛନ୍ତି । ଏହି ପ୍ରତିଯୋଗୀ ମାନେ ଜିଲ୍ଲା ସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍‌ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ଗୁରୁକୂଳ) ଓ ଜୁଡୋ ଏସୋସିଏସନର ର ଛାତ୍ର ଛାତ୍ରୀ ସେମାନଙ୍କୁ ସ୍ୱତନ୍ତ୍ର ଭାବେ କଳା କୌଶଳ ତାଲିମ ଦିଆଯାଇଛି । ଶେଷରେ ସଂସ୍ଥାର ସୋମେଶ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଓମା ଓ ଜୁଡୋ ସଂସ୍ଥାରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ,ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତାରେ ଭାଗନେଇ ଅନେକ ଥର ସ୍ୱଣ୍ଣ ର୍,ରୌପ୍ୟ,ବ୍ରୋଚଂ ପଦକ ହାସଲକରି ରାଜ୍ୟ ଓ ଜିଲ୍ଲାର ଗୌରବ ବଢାଇଛନ୍ତିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.